ଆପଣଙ୍କ ଟଙ୍କାରେ ଅନେକ ଲୋକ ପାଇପାରିବେ ଟିକା, ରିଜର୍ଭ ବ୍ୟାଙ୍କ ଆଣିପାରେ ଭାଉଚର

ନୂଆଦିଲ୍ଲୀ: ରାଜ୍ୟର କୋଭିଡ-୧୯ ଟିକା କ୍ରୟ ଏବଂ ବଣ୍ଟନ ଦାୟିତ୍ୱ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | ତେବେ ଆପଣ ଚାହିଁଲେ ବି ଆପଣଙ୍କ ଅର୍ଥରୁ ଅନ୍ୟକୁ ଟିକା ଦେଇପାରିବେ | ଅର୍ଥାତ ଆପଣଙ୍କ ଟଙ୍କାରେ କେନ୍ଦ୍ର ସରକାର ଆବଶ୍ୟକ ଥିବା ଲୋକଙ୍କୁ ଟିକା ଦେଇପାରିବେ | କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ଯାହାକୁ ‘ଇଚ ୱାନ ପେ ୱାନ’ ଭାବରେ ନାମିତ କରାଯାଇଛି | ଏହି ପ୍ରସ୍ତାବ ବାବଦରେ ଆନୁଷ୍ଠାନିକ ଘୋଷଣାକୁ ବାକି ଥିବାବେଳେ କୁହାଯାଉଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଖୁବ୍ ଶୀଘ୍ର ଏକ ଭାଉଚର୍ ଜାରି କରିବ, ଯାହା ଗରିବଙ୍କ ପାଇଁ କୋଭିଡ-୧୯ ପ୍ରତିଷେଧକ ପାଣ୍ଠିକୁ ଦିଆଯାଇପାରିବ |

ଅର୍ଥାତ ଜଣେ ବ୍ୟକ୍ତି ଯଦି ଚାହିଁବେ ଏହି ଭାଉଚର କିଣିବା ଦ୍ୱାରା ଏହାର ଅର୍ଥ ସିଧାସଳଖ କୋଭିଡ-୧୯ ପ୍ରତିଷେଧକ ପାଣ୍ଠିକୁ ଆସିଯିବ | ଏହି ଅର୍ଥରେ ଅଭାବୀ ଲୋକଙ୍କ ପାଇଁ ଟିକା କିଣାଯାଇପାରିବ ଓ ମାଗଣାରେ ଦିଆଯାଇପାରିବ | କହିବାକୁ ଗଲେ ଆପଣଙ୍କ ଅର୍ଥ ପରୋକ୍ଷ ଭାବରେ ଅଭାବୀ ମଣିଷଙ୍କ ପାଖରେ ପହଂଚିପାରିବ ଓ ଟିକାକରଣରେ ସେମାନଙ୍କୁ ସାହାଯ୍ୟ ମିଳିପାରିବ |

କୁହାଯାଉଛି ଯେ ଜୁଲାଇ ମାସରେ ଟିକାକରଣ ଡ୍ରାଇଭ୍ ୧୬ କୋଟି ଲୋକଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଜୁନ୍ ମାସରେ ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି |

ସମ୍ବନ୍ଧିତ ଖବର