ବ୍ରିସବେନ୍: ଦୁଇ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ପହଞ୍ଚିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ସେ କହିଛନ୍ତି ଯେ ଭାରତ ବିକାଶ ପଥରେ ଅଛି ଏବଂ ବିଶ୍ୱ ସହିତ ଆଗକୁ ବଢ଼ିବାକୁ ଚାହୁଁଛି । ଭାରତ ସହ କାମ କରିବା ପାଇଁ ବିଶ୍ୱର ଦେଶମାନଙ୍କ ମଧ୍ୟରେ ସଇଚ୍ଛା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ସେ କହିଛନ୍ତି ଯେ ଆମେ ଆଶାବାଦୀ। କିଛି ସମସ୍ୟା ଥାଇପାରେ କିନ୍ତୁ ମୋଟାମୋଟି ଭାବେ ଆମେ ଭାବୁଛୁ ଯେ ଭାରତ ସହ କାମ କରିବା ପାଇଁ ବିଶ୍ୱରେ ସଦ୍ଭାବନା ଓ ଉତ୍ସାହ ରହିଛି। ସମଗ୍ର ବିଶ୍ୱରେ ଭାରତର ସଫଳତାର ଏକ ଅନୁଭବ ଦେଖିବାକୁ ମିଳୁଛି। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଅନେକ ସୁଯୋଗ ରହିଛି ବୋଲି ସେ କହିଥିଲେ।
କିଛି ସମସ୍ୟା ଥାଇପାରେ କିନ୍ତୁ ମୋଟାମୋଟି ଭାବେ ଆମେ ଭାବୁଛୁ ଯେ ଭାରତ ସହ କାମ କରିବା ପାଇଁ ବିଶ୍ୱରେ ସଦ୍ଭାବନା ଓ ଉତ୍ସାହ ରହିଛି। ସମଗ୍ର ବିଶ୍ୱରେ ଭାରତର ସଫଳତାର ଏକ ଅନୁଭବ ଦେଖିବାକୁ ମିଳୁଛି। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ପାଇଁ ଅନେକ ସୁଯୋଗ ରହିଛି ।
ଦୁଇ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜୟଶଙ୍କର ବ୍ରିସବେନରେ ପହଞ୍ଚିଛନ୍ତି। ସେ ସିଙ୍ଗାପୁର ମଧ୍ୟ ଗସ୍ତ କରିବେ। ବ୍ରିସବେନରେ ପହଞ୍ଚିବା ପରେ ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, 'ନମସ୍ତେ ଅଷ୍ଟ୍ରେଲିଆ! ମୁଁ ଆଜି ବ୍ରିସବେନରେ ପହଞ୍ଚିଛି। ଭାରତ-ଅଷ୍ଟ୍ରେଲିଆ ବନ୍ଧୁତାକୁ ଆହୁରି ବଢ଼ାଇବା ପାଇଁ ଆଗାମୀ କିଛି ଦିନ ମଧ୍ୟରେ ସକାରାତ୍ମକ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ଭାରତର ବିକାଶ ହେବ। ଭାରତ ବଢୁଛି ଏବଂ ଭାରତ ବିଶ୍ୱ ସହିତ ଆଗକୁ ବଢିବାକୁ ଚାହୁଁଛି । ’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/03/pbuaJJJRWkO9pytJLDdk.jpg)