ନ୍ୟୁୟର୍କରେ ଗୁଳିକାଣ୍ଡ ୪ ମୃତ, ୩ ଆହତ

ନ୍ୟୁୟର୍କ : ଆମେରକାରେ ପୁଣି ଏକ ଗୁଳିକାଣ୍ଡର ଖବର ହସ୍ତଗତ ହୋଇଛି । ନ୍ୟୁୟର୍କର ବ୍ରୁକଲିନ ଅଞ୍ଚଳରେ ଆଜି ସକାଳେ (ଆମେରିକା ସମୟ) ହୋଇଥିବା ଗୁଳିକାଣ୍ଡରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୩ ଜଣ ଆହତ ହୋଇଛନ୍ତି । ବ୍ରୁକଲିନର କ୍ରାଉନ ହାଇଟ ଅଞ୍ଚଳରେ ଥିବା ଏକ କ୍ଲବରେ ଦୁଇ ଗୋଷ୍ଠୀମଧ୍ୟରେ ବିବାଦ ପରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାଯାଇଛି । ତେବେ ଏହି ଘଟଣାରେ ଦୋଷୀମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ ବୋଲି ନ୍ୟୁୟର୍କ ପୁଲିସ ଡିପାର୍ଟମେଣ୍ଟ (ଏନଓ୍ଵାଇପିଡି) ପକ୍ଷରୁ କୁହାଯାଇଛି ।

ପୁଲିସର ମୁଖପାତ୍ର ବ୍ରାୟାନ ମାଗୁଲାଗାନ କହିଛନ୍ତି ଯେ ଏକ ସୋସିଆଲ କ୍ଲବରେ ଏହି ଘଟଣା ସକାଳ ୬ଟା ୩୦ ମିନିଟରେ ଘଟିଛି । ଦୁଇ ଗୋଷ୍ଠୀମଧ୍ୟରେ ବିବାଦ କାରଣରୁ ଏହି ଗୁଳିକାଣ୍ଡ ହୋଇଥିବା କୁହାଯାଉଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟଭାବେ ଜଣାପଡିନାହିଁ । ଅନ୍ୟପକ୍ଷରେ ଆହତମାନଙ୍କ ଅବସ୍ଥାରେ ସୁଧାର ଆସିଛି ଓ ସେମାନେ ବିପଦମୁକ୍ତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର