ଓଦା ମାଟିରେ ଭୂମିକମ୍ପ ନିରୋଧୀ ସ୍କୁଲ ନିର୍ମାଣ କରୁଛନ୍ତି ଦିଲ୍ଲୀ ଝିଅ

ଦିଲ୍ଲୀ: କେବେ ଭାବିଛନ୍ତି ବିନା ସିମେଣ୍ଟ ଓ ବାଲିରେ ଭୂମିକମ୍ପ ଓ ବନ୍ୟା ନିରୋଧୀ ଗୃହ ବି ନିର୍ମାଣ କରିହେବ ! କିନ୍ତୁ ଦିଲ୍ଲୀରେ ଏବେ ଏଭଳି କିଛି ନିର୍ମାଣରେ ବ୍ୟସ୍ତ ଅଛନ୍ତି ସଗୁନ ସିଂ | ନିଜ ଏନଜିଓ ସଂଗଠନ ଗିଲି ମିଟ୍ଟୀ ମାଧ୍ୟମରେ ଏବେ ଘର ନିର୍ମାଣରେ ଲାଗିପଡିଛନ୍ତି ସଗୁନ | ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର ସିନ୍ଧି ବସ୍ତିରେ କିଛି ଏଭଳି ଘର ନିର୍ମାଣ କରିଛନ୍ତି ସଗୁନ ଓ ତାଙ୍କ ସହଯୋଗୀ | ଏହି ଘରକୁ ଏବେ ସ୍କୁଲ ଭାବେ ବ୍ୟବହାର କରାଯାଉଛି |

ଆର୍ଥନ ବ୍ୟାଗ ଟେକନିକ ଅନୁଯାୟୀ ଏହି ସବୁ ଘରର ନିର୍ମାଣ କରାଯାଉଛି | ଏହି ଟେକନିକ ଦ୍ୱାରା ପ୍ରଥମେ ଜରି ଅଖାରେ ମାଟି ଭର୍ତ୍ତି କରାଯାଇଥାଏ ଏହାପରେ ଇଟା ଭଳି ଏହାକୁ ଘର ନିର୍ମାଣରେ ବ୍ୟବହାର କରାଯାଏ | ଏହି ଟେକନିକ ୬୦ ଦଶକରେ ଆରମ୍ଭ ହୋଇଥିବାବେଳେ ସଗୁନ ଏବେ ଦିଲ୍ଲୀ, ଉତ୍ତରାଖଣ୍ଡ ଓ ହରିୟାଣାରେ ଏହାକୁ ବ୍ୟବହାର କରୁଛନ୍ତି |

ତେବେ ସଗୁନ ବିହାରର ବାସିନ୍ଦା ହୋଇଥିବାବେଳେ ଦିଲ୍ଲୀରେ ପାଠ ପଢୁଥିଲେ |ଏହାପରେ ୧୦ ବର୍ଷ କାଳ କର୍ପୋରେଟ ଚାକିରି କରିବା ପରେ ଏବେ ଚାକିରି ଛାଡି ଏଭଳି ଘର ନିର୍ମାଣରେ ଲାଗିପଡିଛନ୍ତି | ସଗୁନ କହିଛନ୍ତି ଯେ ନେପାଳରେ ଭୂମିକମ୍ପ ବେଳେ କେବଳ ଏହି ଟେକନିକରେ ନିର୍ମାଣ ହୋଇଥିବା ଘର ହିଁ ପ୍ରାକୃତିକ ବିପର୍ଯ୍ୟରୁ ବର୍ତ୍ତି ଯାଇଥିଲା |

ସମ୍ବନ୍ଧିତ ଖବର