ମସ୍କୋ: ଭୂକମ୍ପରେ ଥରିଲା ରୁଷ । ଭୟଙ୍କର ଭୂକମ୍ପରେ ଦୋହଲିଗଲା ଦେଶ । ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରହର ରୁଷ । ତେବେ ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଯାହା ଅଧିକ ଭୟଙ୍କର ବୋଲି କୁହାଯାଉଛି ।
❗️FIRST pic of a kindergarten in Russia after walls COLLAPSED from earthquake
— RT (@RT_com) July 30, 2025
There were no children inside, everyone was able to evacuate in time https://t.co/mEmIhVlr3cpic.twitter.com/SS7XRq1lFM
ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି । ରୁଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କାରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଆଲର୍ଟ କରାଯାଇଛି ।
ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରର ଗର୍ଭର ମାତ୍ର ୧୯ କିଲୋମିଟର ତଳେ ରହିଛି । ଏହି ଭୂକମ୍ପରେ ରୁଷ ସହ ଜାପାନର ହୋକାଇଦୋ, କାଣ୍ଟୋସ୍ ଇଜୁ ଓ ଓଗାସାବନା ଦ୍ବୀପ ଗୁଡ଼ିକରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏସବୁ ଅଞ୍ଚଳରେ ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। ଭୂକମ୍ପ ଦ୍ବାରା ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ବିରାଟ କ୍ଷୟକ୍ଷତି ନେଇ ଆଶଙ୍କା କରାଯାଉଥିବା ବେଳେ ଧିରେଧିରେ ରିପୋର୍ଟ ସାମ୍ନାକୁ ଆସୁଛି ।