ନିକୋବର ଦ୍ୱୀପରେ ୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ପୋର୍ଟବ୍ଲେୟର : କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ ନିକୋବର ଦ୍ୱୀପରେ ଆଜି ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ବୋଲି ଜାତୀୟ ଭୂକମ୍ପବିଜ୍ଞାନ କେନ୍ଦ୍ର ( ଏନସିଏସ) ଓ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସକାଳ ୮ଟା ୨୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ତେବେ ଏହାଯୋଗୁଁ ସୁନାମୀ ଆସିବାର ସମ୍ଭାବନା ନାହିଁ ବୋଲି ଆଇଏନସିଓଆଇଏସର ନିର୍ଦ୍ଦେଶକ ଏସପିଏସ ସିନଏ କହିଛନ୍ତି । ଏହି ଭୂମିକମ୍ପ ଯୋଗୁଁ ଜନଜୀବନ ହାନୀର କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନସିଏସ କହିଛି ଯେ ସକାଳ ୮ଟା ୨୩ ମିନିଟରେ ଏହି ଭୂମିକମ୍ପ ୭.୬ ଉତ୍ତର ଅକ୍ଷାଂଶ ଓ ୯୪.୫ ପୂର୍ବ ଦ୍ରାଘିମାରେ ହୋଇଥିଲା । ପ୍ରାୟ ୮୪ କିମି ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି ) କହିଛି ।

ସମ୍ବନ୍ଧିତ ଖବର