ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା । ଆଜି ସୋମବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୋର ୫ଟା ୩୬ରେ କିଛି ସେକେଣ୍ଡରେ ଥରିଉଠିଥିଲା ଦିଲ୍ଲୀ । ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୦ରହିଥିଲା ।
ଏହି ଭୂକମ୍ପର କେନ୍ଦ୍ର ଧୌଲା କୂଆଁର ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ପାଖରେ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଲାଗିଥିବା ଭୂକମ୍ପ ଝଟକାର କେନ୍ଦ୍ରସ୍ଥଳୀ ଏହି ସ୍ଥାନ ଥିବା ଜଣାପଡିଛି । କୌଣସି କ୍ଷୟକ୍ଷତି ହୋଇନଥିବା ଖବର ନଥିବା ବେଳେ ଏବେ ଲୋକେ ଭୟଭୀତ ହୋଇପଡିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/17/LbJTsGb7p2Xgh5nXZzbC.jpg)