ନୂଆଦିଲ୍ଲୀ: ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ । ଚାଲିଗଲା ୭ ଜଣଙ୍କ ଜୀବନ ଓ ୨ ଜଣ ନିଖୋଜ ରହିଛନ୍ତି । ଲଗାତାର ବର୍ଷା କାରଣରୁ ରାଜ୍ୟର ପ୍ରାୟ ଅଞ୍ଚଳରେ ଭୂସ୍ଖଳନ ହେବାରେ ଲାଗିଛି । ଦକ୍ଷିଣ ତ୍ରିପୁରାର ଦେବୀପୁର ଜିଲ୍ଲାରେ ସୋମବାର ରାତି ସାରା ବର୍ଷା ଲାଗି ରହିଥିଲା । ଯାହା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଛି ।
ଲଗାଣ ବର୍ଷାରେ ବେହାଲା ତ୍ରିପୁରା । ରାଜ୍ୟରେ ବିଭିନ୍ନ ସ୍ଥାନରେ ସୋମବାର ଠାରୁ ଲଗାତାର ବର୍ଷା ଲାଗି ରହିଛି । ବର୍ଷା ପରେ ଭୂସ୍ଖଳନ ହୋଇଛି । ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ମାଟି ତଳେ ପୋତି ହୋଇ ଦୁଇ ଜଣ ନିଖୋଜ ଅଛନ୍ତି ।
ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ କହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରେ ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବୀପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଏଥିଯୋଗୁ ଜଣେ ମହିଳା ଓ ଶିଶୁଙ୍କ ସମେତ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-110.jpg)