ନୂଆଦିଲ୍ଲୀ: ପୁଣି ଦୋହଲିଲା ଦିଲ୍ଲୀ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ । ଲଗାତାର ୪୮ ଘଣ୍ଟା ଭିତରେ ୨ ଥର ଦିଲ୍ଲୀକୁ ଲାଗିଲାଣି ଭୂକମ୍ପର ଝଟକା । ଆଜି ସଞ୍ଜରେ ପୁଣି ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି ।

Advertisment

ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ଥିବା ବେଳେ ସଂଧ୍ୟା ୭.୪୯ରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ରହିଛି ।

ତେବେ ଗତକାଲି ବି ଦିଲ୍ଲୀ ଭୂମିକମ୍ପରେ ଦୋହଲିଥିଲା । କାଲି ମଧ୍ୟ ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜର ରହିଥିଲା ବେଳେ ଗତକାଲି ସକାଳେ ହୋଇଥିଲା ଦିଲ୍ଲୀରେ ଭୂମିକମ୍ପ । ଗତକାଲି ସକାଳୁ ସକାଳୁ ଥରିଥିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିଲା । ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଥିଲା ଭୂକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଥିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ ଲୋକେ । ଆଉ ଦୁଇ ଦିନ ଭିତରେ ପୁଣି ଆଜି ସଞ୍ଜରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଡରିଯାଇଛନ୍ତି ।