ରାଜସ୍ଥାନର ବିକାନେରରେ ପୁଣିଥରେ ଅନୁଭୂତ ହେଲା ଭୂକମ୍ପର ଝଟକା

ଜୟପୁର: ରାଜସ୍ଥାନର ବିକାନେରରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୨ ରହିଛି । ଗତ ମଙ୍ଗଳବାର ମଧ୍ୟ ରାଜସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଫଳରେ ଏଠାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏହି ଭୂମିକମ୍ପରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଗତ ମଙ୍ଗଳବାର ଏଠାରେ ଅନୁଭୂତ ହୋଇଥିବା ଭୂମିକମ୍ପର ପ୍ରଭାବ ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର , ହିମାଚଳପ୍ରଦେଶ,ମଧ୍ୟପ୍ରଦେଶ, ଉତତ୍ତରାଖଣ୍ଡ ସମେତ ପୂରା ଉତ୍ତର ଭାରତରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଆଫଗାନୀସ୍ତାନର ହିନ୍ଦୁକୁଶଠାରେ ଥିଲା  ବୋଲି ପରେ ଜଣାପଡ଼ିଥିଲା।

 

ସମ୍ବନ୍ଧିତ ଖବର