ଏଥେନ୍ସ: ଭୂକମ୍ପରେ ଥରିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।
An earthquake with a magnitude of 6.0 on the Richter Scale hit Greece at 08:49 IST: National Centre for Seismology pic.twitter.com/STGcS7cBnV
— ANI (@ANI) May 22, 2025
ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏବଂ ଲୋକେ ଭୟରେ ଘରୁ ବାହାରି ଆସିଛନ୍ତି । ଲୋକଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି ।
ସେପଟେ ଭୂକମ୍ପ ପରେ ସୁନାମୀ ନେଇ ମଧ୍ୟ ସତର୍କ କରାଯାଇଛି । ତେବେ ଗତ କିଛି ଗିନ ଧରି ଗ୍ରୀସର ପିଛା ଛାଡୁନି ଭୂମିକମ୍ପ । ଗତ ସପ୍ତାହରେ ଗ୍ରୀସରେ ଭୂମିକମ୍ପ ହୋଇଥିଲା । ମେ ୧୩ ତାରିଖରେ ୬.୧ ତୀବ୍ରତାର ଭୂମ୍ପକ ଝଟକା ଗ୍ରୀସକୁ ଲାଗିଥିଲା ।