ଇରାନ୍‌ ପରମାଣୁ କେନ୍ଦ୍ର ଅଂଚଳରେ ଭୂକମ୍ପ

ତେହେରାନ୍‌ : ଇରାନ୍‌ ଆଜି ସକାଳେ ଆମେରିକାର ‌ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାର କିଛି ସମୟ ପରେ ଇରାନ୍‌ର ପରମାଣୁ କେନ୍ଦ୍ର ଅଂଚଳରେ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୯ ରହିଥିବା ଜଣାପଡ଼ିଛି। ଏହି ଭୂକମ୍ପର କେନ୍ଦ୍ର ଇରାନ୍‌ର ବିବାଦୀୟ ପରମାଣୁ କେନ୍ଦ୍ରଠାରୁ ମାତ୍ର ୪୦ ମାଇଲ୍‌ ଦୂରରେ ରହିଥିଲା। ଭୂକମ୍ପର ଗଭୀରତା ୬ ମାଇଲ ତଳେ ଥିବା ଆମେରିକା ଭୂକମ୍ପ ଗବେଷଣା ସଂସ୍ଥା ସୂଚନା ଦେଇଛି। ଏଭଳି ଭୂକମ୍ପ ଗତ ଡିସେମ୍ବର ମାସରେ ମଧ୍ୟ ଆସିଥିଲା। ତେବେ ଏହି ଭୂକମ୍ପକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି ଏହା ପଛରେ ଇରାନ୍‌ର କିଛି ଷଡ଼ଯନ୍ତ୍ର ଥିବା କୁହାଯାଉଛି। ତ‌େବେ ଇରାନ୍‌ ସରକାର ଏଭଳି ଅଭିଯୋଗ ଖଣ୍ଡନ କରି କହିଛନ୍ତି ଯେ ଏଥିରେ ଇରାନ୍‌ର କୌଣସି ହାତ ନାହିଁ ଏବଂ ଭୂକମ୍ପ ସ୍ବାଭାବିକ ଭାବେ ଆସିଛି।

ସମ୍ବନ୍ଧିତ ଖବର