କାଠମାଣ୍ଡୁ: ଭୂମିକମ୍ପରେ ଥରିଲା ନେପାଳ । ସକାଳେ ସକାଳେ ନେପାଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ବେଳେ ଆଜି ଭାରତୀୟ ସମୟ ସକାଳ ୮ଟା ୨୧ରେ ଏହି ଭୂକମ୍ପର ଝଟକା ନେପାଳକୁ ଲାଗିଛି । ଭୂକମ୍ପରେ କ୍ଷୟକ୍ଷତି ଏଯାଏଁ ଜଣା ପଡିନି ।
ତେବେ ଏହା ପୂର୍ବରୁ ଜୁନ ୨୯ରେ ବି ନେପାଳକୁ ଭୂକମ୍ପର ଝଟକା ଲାଗିଥିଲା । ବର୍ତ୍ତବାନର ଭୂକମ୍ପ ଠାରୁ ପୂର୍ବର ଭୂକମ୍ପ ଅଧିକ ଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ଥିଲା ।
EQ of M: 3.5, On: 06/07/2025 08:21:30 IST, Lat: 27.70 N, Long: 87.76 E, Depth: 10 Km, Location: Nepal.
— National Center for Seismology (@NCS_Earthquake) July 6, 2025
For more information Download the BhooKamp App https://t.co/5gCOtjdtw0@DrJitendraSingh@OfficeOfDrJS@Ravi_MoES@Dr_Mishra1966@ndmaindiapic.twitter.com/XGwqda2RMW
ସେପଟେ ଦୁଇ ବର୍ଷ ତଳେ ଏକ ବିରାଟ ଭୂକମ୍ପର ଝଟକାରେ ନେପାଳ ଛାରଖାର ହୋଇଥିଲା । ଭୟଙ୍କର ଭୂକମ୍ପରେ ୧୫୭ ମୃତ୍ୟୁ ହୋଇଥିଲା । ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ୫୫୦ କିମି ଦୂର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାର ସମେତ ସମଗ୍ର ଉତ୍ତର ଭାରତରେ ଶକ୍ତ ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଶତାଧିକ ଘର ମାଟିରେ ମିଶିଯାଇଥିଲା ।