ସାନ ଫ୍ରାନ୍ସିସ୍କୋରେ ୫.୧ ତୀବ୍ରତାର ଭୂକମ୍ପ

ସାନ ଫ୍ରାନ୍ସିସ୍କୋ : କାଲିଫର୍ଣ୍ଣିଆର ବନ୍ଦର ସହର ସାନ ଫ୍ରାନ୍ସିସ୍କୋରେ ବୁଧବାର ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଗ୍ରୀନୱିଚ୍ ସମୟ ୧୧ଟା ୪୨ରେ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଟ୍ରେନ୍‌ଗୁଡ଼ିକର ଚଳାଚଳ ବିଳମ୍ବିତ ହୋଇଥିଲା। କିନ୍ତୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ।

ଜୋସେଫ ଗ୍ରାଣ୍ଟ ରୢାଞ୍ଚ କାଉଣ୍ଟି ପାର୍କଠାରୁ ୧୨୦ କିମି ଦକ୍ଷିଣରେ ଏବଂ ସାନ ଜୋସଠାରୁ ୧୯ କିମି ପୂର୍ବରେ ୬ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ଆମେରିକା ଭୂତାତ୍ତ୍ବିକ ସର୍ଭେ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଗୁଗଲ ସିଇଓ ସୁନ୍ଦର ପିଚାଇ ଟ୍ବିଟ୍ କରିଛନ୍ତି ଯେ, ସେ ଅଳ୍ପ ସମୟ ପୂର୍ବେ ଭୂକମ୍ପ ଆଲର୍ଟ ପାଇଲେ ଏବଂ ଏହା ଏକ ଦୀର୍ଘ ଭୂକମ୍ପ ପରି ମନେହେଲା। ତେବେ ସମସ୍ତେ ଭଲରେ ଥିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର