ନୂଆଦିଲ୍ଲୀ: ଭାରତ ସମେତ ଚାରିଟି ଦେଶକୁ ଭୂକମ୍ପ ଝଟକା । ତିନି ଘଣ୍ଟା ମଧ୍ୟରେ ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭାରତରେ ଭୋର ଭୋର ଭୂକମ୍ପ ଝଟକା ଲାଗିଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୫ ।
ତେବେ ନେପାଳର ବାଗମାଟି ପ୍ରଦେଶରେ ରାତି ପ୍ରାୟ ୨.୩୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ପାକିସ୍ତାନରେ ବି ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ପାକିସ୍ତାନ ଭୂକମ୍ପର ତୀବ୍ରତା ରହିଛି ୪.୫ । ପୂର୍ବରୁ ଫେବୃୟାରୀ ୧୬ରେ ବି ଭୂକମ୍ପର ଝଟକା ପାକିସ୍ତାନକୁ ଲାଗିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/28/eoIC8ttnKaKMRM9T9HPI.jpg)