ଆଣ୍ଡାମାନରେ ୫.୧ ତୀବ୍ରତାର ଭୂମିକମ୍ପ, ଲୋକେ ଆତଙ୍କିତ

ନୂଆଦିଲ୍ଲୀ : ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ସଂଧ୍ୟାରେ ଏକ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ସଂଧ୍ୟା ୬ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଫଳରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସମୁଦ୍ରର ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିବା ଜଣାଯାଇଛି । ତେବେ ଏହାର ତୀବ୍ରତା କମ ଥିବାରୁ ସୁନାମୀ ଆସିବାର କୌଣସି ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସତ୍ତ୍ୱେ ନିକଟରେ ଇଣ୍ଡୋନେସିଆରେ ଭୂମିକମ୍ପ ଓ ତା ପରେ ଆସିଥିବା ପ୍ରଳୟଙ୍କରୀ ସୁନାମୀର ଆତଙ୍କ ଏବେ ତାଜା ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଇଣ୍ଡୋନେସିଆର କେନ୍ଦ୍ରୀୟ ସୁନାେଓ୍ଵସୀ ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି ।

ସମ୍ବନ୍ଧିତ ଖବର