ଦିଲ୍ଲୀ, ହରିୟାଣା ଓ ପଂଜାବରେ ୪.୬ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାତି ୯ଟା ୮ ମିନିଟରେ ଏହି ଭୂମିକମ୍ପ ଦିଲ୍ଲୀ, ନୋଇଡା, ହରିୟାଣା, ପଞ୍ଜାବରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ସ୍ଥଳ   ଦିଲ୍ଲୀଠାରୁ ୬୫ କିଲୋମିଟର ଦୂର  ହରିୟାଣାର ରୋହତକ ଥିଲା ବୋଲି କୁହାଯାଉଛି ।

ତେବେ ଏହା ଯୋଗୁଁ କୌଣସି ଧନଜୀବନ ହାନି ହେବାର କୌଣସି ଖବର ମିଳିନାହିଁ । ଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ଛୋଟ ଓ ମଧ୍ୟମ ଧରଣର ପ୍ରାୟ ୪ ଥର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ହେବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ।

ବିଶେଷଜ୍ଞମାନଙ୍କ ମତରେ ଉତ୍ତରଭାରତ ଦେଇ ଯାଇଥିବା ୟୁରେସିଆନ ପ୍ଲେଟ ଓ ଇଣ୍ଡିଆନ ପ୍ଲେଟ ମଧ୍ୟରେ ସଂଘାତ ଯୋଗୁଁ ବାରମ୍ବାର ଭୂମିକମ୍ପ ହେଉଛି । ଦଲ୍ଲୀ ଏକ ଫଲ୍ଟ ଲାଇନ ଉପରେ ରହୁଥିବାରୁ ବିପଦର ଆଶଙ୍କା ରହୁଛି ।

ସମ୍ବନ୍ଧିତ ଖବର