ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ଏବଂ ଏନସିଆରରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ୨୪ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ଥିଲା ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଅପରାହ୍ନ ୧.୨୬ମିନିଟ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ଥିଲା ବୋଲି ଜଣା ପଡିଛି।

Advertisment

Tremor of 5 degree magnitude near Tonga Pennews

ତେବେ ତୀବ୍ରତା କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ନେଇ ଖବର ମିଳିଛି | କିନ୍ତୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭୂକମ୍ପକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଭୂକମ୍ପକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣା ଯାଇଛି। ଏହାପୂର୍ବରୁ ରବିବାର ଦିନ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ୫.୪୫ରେ ୩.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା। ଗତକଲି ଅନୁଭୂତ ଭୂକମ୍ପର କେନ୍ଦ୍ର ଅକ୍ଷାଂଶ ୨୮.୭ ଉତ୍ତର ଏବଂ ଦ୍ରାଘିମା ୭୭.୨ ପୂର୍ବରେ ଅବସ୍ଥିତ ଥିଲା | ଲୋକ ଭୟଭୀତ ହୋଇ ଘରୁ ବାହାରି ଆସିବା ସହ ଚିତ୍କାର କରିବାକୁ ଲାଗିଥିଲେ | ତେବେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି |