ଫିଜିରେ ଅନୁଭୂତ ହେଲା ୬.୬ ତୀବ୍ରତାର ଭୂମିକମ୍ପ

ସୁଭା (ଫିଜି): ପ୍ରଶାନ୍ତ ମହାସାଗର ମଧ୍ୟସ୍ଥ ଦ୍ୱୀପ ରାଷ୍ଟ୍ର ଫିଜିରେ ଆଜି (ରବିବାର) ଅପରାହ୍ନରେ ୬.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ସହ ସମଗ୍ର ଫିଜିକୁ ଦୋହଲାଇ ରଖିଦେଇଛି। ଫିଜିର ପୂର୍ବାଞ୍ଚଳରେ ଥିବା ଫିଜିର ରାଜଧାନୀ ସୁଭାରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ଭୂମିକମ୍ପ ଜନିତ କ୍ଷୟକ୍ଷତି ଓ ମୃତାହତ ସଂପର୍କିତ କୌଣସି ସୂଚନା ମିଳିଥିବା ନଥିବା ବେଳେ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଚଳିତ ମାସ ଆରମ୍ଭରେ ଫିଜିରେ ୭.୮ ତୀବ୍ରତାର ଏକ ଭୁମିକମ୍ପ ଅନୁଭୂତ ହୋଇଥିଲା।

ଗତ ଶୁକ୍ରବାର ଦିନ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପ ଓ ପରେ ସୁନାମୀ ଇଣ୍ଡୋନେସିଆରେ ତାଣ୍ଡବ ରଚିଥିବା ବେଳେ ଫିଜିରେ ଆଜି ଅନୁଭୂତ ହୋଇଥିବା ଭୂମିକମ୍ପ ଭୟର ବତାବରଣ ସୃଷ୍ଟି କରିଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସମ୍ବନ୍ଧିତ ଖବର