ହାଇତିରେ ୭.୨ ତୀବ୍ରତାର ଭୂମିକମ୍ପ, ୩୦୪ ମୃତ

ହାଇଟି : କାରିବୀୟ ସାଗର ନିକଟରେ ଥିବା କ୍ଷୁଦ୍ର ଦେଶ ହାଇତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୩୦୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତକାଲି ସକାଳେ ( ଭାରତୀୟ ସମୟ ଶନିବାର ରାତି)ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିବା ଜଣାଯାଇଛି ।

ଭୂମିକମ୍ଫ କ୍ଷୟକ୍ଷତି ସମ୍ପର୍କରେ ରବିବାର ସକାଳେ (ଭାରତୀୟ ସମୟ) ହାଇତିର ବେସାମରିକ ସୁରକ୍ଷା ଏଜେନ୍ସିର ମୁଖ୍ୟ ଜେରୀ ଚାଣ୍ଡଲର କହିଛନ୍ତି ଯେ ପ୍ରାୟ ୩୦୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ପ୍ରାୟ ୧୮୦୦ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଅନେକ ଘରଦ୍ବାର ଭାଙ୍ଗି ଯାଇଛି ଓ ଧ୍ବଂସସ୍ତୁପ ତଳେ ଅନେକ ବ୍ୟକ୍ତି ରହିଥିବା କୁହାଯାଉଛି । ସର୍ବାଧିକ ୧୬୦ ଜଣ ଲୋକ ଦେଶର ଦକ୍ଷିଣ ଭାଗରେ ମୃତ୍ୟୁବରଣ କରିଛନ୍ତି ।
ସ୍ଥାନୀୟ ସମୟ ଶନିବାର ସକାଳେ ହାଇଟିର ତିବୁରନ ଅନ୍ତରୀପ ନିକଟରେ ଏହି ଭୂମିକମ୍ପ ହୋଇଥିଲା । ତେବେ ଏହାର ପ୍ରଭାବରେ ସୁନାମୀ ଆସିନାହିଁ ।

ସମ୍ବନ୍ଧିତ ଖବର