ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଜି ୭.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି। ଭୂମିକମ୍ପକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ତେବେ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ କୌଣସି ରିପୋର୍ଟ ମିଳିନାହିଁ। ଟର୍ନେଟ ସହରର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୮ କିମି ଦୂରରେ ୧୦ କିମି ଗଭୀରରେ ଏହି ଭୂମିକମ୍ପ ହୋଇଛି। ତେବେ ସୁନାମି ନେଇ କୌଣସି ବିପଦ ନଥିବା ଇଣ୍ଡୋନେସିଆର ପାଣିପାଗ ଏଜେନ୍ସି ବିଏମକେଜି କହିଛି। ପ୍ରଥମ ଭୂମିକମ୍ପ ପରେ ୫.୦ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର