ଇଣ୍ଡୋନେସିଆରେ ଭୂକମ୍ପ, ୨୦ ମୃତ

ଜାକର୍ତା: ଇଣ୍ଡୋନେସିଆର ମାଲୁକୁ ଆଇଲାଣ୍ଡ୍‌ରେ ଆଜି ୬.୫ ତୀବ୍ରତାର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସରକାରୀ ରିପୋର୍ଟରୁ ପ୍ରକାଶ। ପ୍ରାୟ ୨୦୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଭୂକମ୍ପର ନାଭିକେନ୍ଦ୍ର ଆମ୍ବନର ୨୩ ମାଇଲି ଉତ୍ତରପୂର୍ବ‌ରେ ଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ତେବେ ଏଥିପାଇଁ ସୁନାମିର ଭୟ ନଥିବା କୁହାଯାଇଛି। ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକେ ଘରକୁ ଫେରିବାକୁ ଡରୁଛନ୍ତି।

ସମ୍ବନ୍ଧିତ ଖବର