ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂମିକମ୍ପ, ଶତାଧିକ ମୃତାହତ ଆଶଙ୍କା

ଜାକାର୍ତ୍ତା : ଇଣ୍ଡୋନେସିଆର ସୁମାତ୍ରାରେ ଶୁକ୍ରବାର ରାତିରେ ୬.୯ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ଆସିଛି । ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ବି ଏହି ଭୂମିକମ୍ପ ଆସିଥିବା ସ୍ପଷ୍ଟ କରିଛି । ତେବେ ଏପର୍ଯ୍ୟନ୍ତ ସୁନାମୀ ସତର୍କତା ଜାରି କରାଯାଇନାହିଁ । ଇଣ୍ଡିଆନ ଓସେନ ସୁନାମୀ ଓ୍ବାର୍ଣ୍ଣିଂ ଏଣ୍ଡ ମିଟିଗେସନ ସିଷ୍ଟମର ରିପୋର୍ଟ ଅନୁସାରେ ସୁନାମୀ ଆସିବାର ସମ୍ଭାବନା କମ । ତେବେ ସ୍ଥିତି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ପଡ଼ିଲେ ନୂଆ ବୁଲେଟିନ ଜାରି କରାଯିବ ।

ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥ​ଳ ଥିଲା ବୋଲି ଜଣାପଡ଼ିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବେଙ୍କୁଲୁ ୨୧୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଆସିଥିଲା ।

ଇଣ୍ଡୋନେସିଆରେ ନିୟମିତ ଭାବେ ଭୂମିକମ୍ପ ଆସିଥିଲା । ଏହି ଦ୍ବୀପଦେଶ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାର ନାମକ ଭୂକମ୍ପ ପ୍ରବଣ ଜୋନରେ ରହୁଥିବାରୁ ଏଠାରେ ନିୟମିତ ଭୂମିକମ୍ପ ଆସିଥାଏ । ପୁଣି ଇଣ୍ଡୋନେସିଆରେ ଥିବା କେତେକ ଆଗ୍ନେୟଗିରି ଯୋଗୁଁ ବି ଭୂମିକମ୍ପ ଆସିଥାଏ ।

ଗତ ୧୪ ତାରିଖରେ ଜାପାନରେ ଏକ ୬.୧ ତୀବ୍ରତାର ଭୂମିକମ୍ପ ଆସିଥିଲା । ତାହାର କିଛି ଦିନ ପୂର୍ବରୁ ନେପାଳରେ ବି ଏକ ଭୂମିକମ୍ପ ଆସିଥିଲା ।

ସମ୍ବନ୍ଧିତ ଖବର