ଜାକର୍ତା : ଇଣ୍ଡୋନେସିଆରେ ଆଜି ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ଅପରାହ୍ନ ୩ଟା ୨୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ତୁବନଠାରୁ ୯୬ କିମି ଦୂର ଉତ୍ତରରେ ରହିଥିଲା। ଭୂକମ୍ପଜନିତ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ମିଳିନଥିଲେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।