ଜମ୍ମୁ କଶ୍ମୀରରେ ୨ ଘଣ୍ଟାରେ ୪ ଥର ଭୂକମ୍ପ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଗତକାଲି ରାତିରେ ୨ ଘଣ୍ଟା ମଧ୍ୟରେ ୪ ଥର ମଧ୍ୟମ ତୀବ୍ରତାର ଭୂକମ୍ପ ହୋଇଥିଲା। ରାତି ୧୦.୪୨ରେ ପ୍ରଥମ ଭୂକମ୍ପ ହୋଇଥିଲା ଏବଂ ଏହାର ତୀବ୍ରତା ୪.୭ ଥିଲା। ଏହାର ମାତ୍ର କିଛି ମିନିଟ୍‌ ପରେ ପୁଣି ଆଉଥରେ ୫.୫ ତୀବ୍ରତାର ଭୂକମ୍ପ ହୋଇଥିଲା। ୧୦ କିମି ଗଭୀତାରେ ଏହି ୨ ଭୂକମ୍ପର ଉତ୍ପତ୍ତି ସ୍ଥଳ ଥିଲା। ଏହାପରେ ପୁଣିଥରେ ୧୦.୫୮‌ରେ ତୃତୀୟ ଭୂକମ୍ପ ‌ହୋଇଥିଲା ଏବଂ ଭୂକମ୍ପର ତୀବ୍ରତା ୪.୬ ଥିଲା। ୧୧.୨୦ରେ ପୁଣିଥ‌ରେ ୫.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ତୃତୀୟ ଏବଂ ଚତୁର୍ଥ ଭୂକମ୍ପ ଯଥାକ୍ରମେ ୩୬ ଏବଂ ୬୩ କିମି ଗଭୀରତାରେ ଉତ୍ପତ୍ତି ‌ହୋଇଥିଲା। ଆଣ୍ଡାମାନ ନିକୋବର ଆଇଲାଣ୍ଡ୍‌ରେ ମଧ୍ୟ ଗତକାଲି ରାତି ୧୦.୨୯ରେ ୫ ତୀବ୍ରତାର ଭୂକମ୍ପ ହୋଇଥିଲା।

ସମ୍ବନ୍ଧିତ ଖବର