ଜାପାନରେ ୬.୮ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା ଜାରି,ବୁଲେଟ ଟ୍ରେନକୁ ବନ୍ଦ କରାଗଲା

ଟୋକିଓ : ଜାପାନରେ ଆଜି ଏକ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଫଳରେ ସେଠାକାର ସରକାର ସୁନାମୀ ସତର୍କତା ଜାରି କରିଛନ୍ତି । ଏହା ଯୋଗୁଁ ଟୋକିଓର ଉତ୍ତରରେ ଥିବା ଜାପାନ ସାଗରରେ ୩ ଫୁଟ ଉଚ୍ଚ ଜୁଆର ଉଠିପାରେ ବୋଲି ଜାପାନର ପାଣିପାଗ ବିଭାଗ କହିଛି । ଏପରିକି ଜାପାନର ୟାମାଗାଟା ଓ ନିଗାଟା ଉପକୂଳରେ ଉଚ୍ଚ ଜୁଆର ଆସିବା ଆରମ୍ଭ ହୋଇଗଲାଣି ବୋଲି ଜାପାନର ସରକାରୀ ଟିଭି ଚ୍ୟାନେଲ ଏନଏଚକେ କହିଛି । ସରକାର ସତର୍କତା ସ୍ୱରୂପ ତୁରନ୍ତ ଜାପାନର ବୁଲେଟ ଟ୍ରେନ ଚଳାଚଳ ବନ୍ଦ କରିଦେଇଛନ୍ତି । ଜାପାନର ଉତ୍ତରରେ ଥିବା ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ।

 

ସୂଚନାଯୋଗ୍ୟ ଯେ ଜାପାନ ପ୍ରଶାନ୍ତ ମହାସାଗର ଅଂଚଳରେ ଥିବା ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନୀ ବଳୟେରେ ଅବସ୍ଥିତ । ଏଠାରେ ବିଶ୍ୱର କେତେକ ସକ୍ରିୟ ଆଗ୍ନେୟଗୀରି ରହିଛି । ଫଳରେ ଜାପାନରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହୋଇଥାଏ । ମାର୍ଚ୍ଚ ୧୧, ୨୦୧୧ରେ ଜାପାନରେ ଆସିଥିବା ୯ ତୀବ୍ରତା ଭୂମିକମ୍ପ ଫଳରେ ପ୍ରଳୟଙ୍କରୀ ସୁନାମୀ ଆସିଥିଲା । ଏହା ଯୋଗୁଁ ଅନେକ ଧନଜୀବନ ହାନୀ ହୋଇଥିଲା ।

ସମ୍ବନ୍ଧିତ ଖବର