ଟୋକିଓ: ସୋମବାର ଜାପାନର କ୍ୟୁଶୁରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରହିଥିବା ଜଣାଯାଇଛି । ଦେଶର ପାଣିପାଗ ବିଭାଗ ପକ୍ଷରୁ ଏହି ଭୂମିକମ୍ପକୁ ସ୍ପଷ୍ଟ କରାଯାଇଛି ।
ଜାପାନୀ କର୍ତ୍ତୃପକ୍ଷ ଅନେକ ଅଞ୍ଚଳପାଇଁ ସୁନାମି ସତର୍କ ସୂଚନା ଜାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ ଭୂମିକମ୍ପ ପରେ ମିଆଜାକିରେ ୨୦ ସେଣ୍ଟିମିଟର ଉଚ୍ଚ ଲହରି ଦେଖିବାକୁ ମିଳିଥିଲା ।
ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି) ଅନୁଯାୟୀ ଭୂମିକମ୍ପର ଗଭୀରତା ୩୭ କିଲୋମିଟର ଥିଲା। ଜାପାନର ଭୂମିକମ୍ପ ନିରୀକ୍ଷଣ ଏଜେନ୍ସି ଏନଆରଭି କହିଛି ଯେ ଏହି ଭୂମିକମ୍ପ ହୁଆଙ୍ଗା-ନାଡା ସାଗରରେ ହୋଇଥିଲା। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ସମୟ ରାତି ୯ଟା ୨୯ ମିନିଟରେ ମିଆଜାକି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଏହାର ତୀବ୍ରତା ୦ରୁ ୭ ଜାପାନୀ ସ୍କେଲ ଅନୁଯାୟୀ ୫ରୁ କମ୍ ଥିଲା। ମିଆଜାକି ଏବଂ କୋଚି ପ୍ରଦେଶ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/13/zxlm5uln9s0CvqxXhzBH.jpg)