କଶ୍ମୀରରେ ଭୂମିକମ୍ପ

ଶ୍ରୀନଗର: ଆଜି ରାତିରେ କଶ୍ମୀରରେ ଏକ ମଧ୍ୟମ ଧରଣର ଭୂମିକମ୍ପ ହୋଇଛି। ଶ୍ରୀନଗରଠାରୁ ୧୮୦ କିମି ଦୂରରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୫.୬ ରହିଥିଲା। ରାତି ୧୦ଟା ୧୭ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଉତ୍ତର ପଶ୍ଚିମ କଶ୍ମୀରର ୮୦ କିମି ଅଭ୍ୟନ୍ତରରେ ଥିଲା ବୋଲି ଜଣାଯାଇଛି। ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ମୃତାହତର କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର