ମଣିପୁର, ଉତ୍ତର ପ୍ରଦେଶ ଓ ହରିୟାଣାରେ ଭୂମିକମ୍ପ ସଂଘଠିତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ମଣିପୁର ଏବଂ ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶ ଓ ହରିୟାଣାରେ ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି।

ସଂଗୃହୀତ ସୂଚନା ଅନୁସାରେ, ଆଜି ସକାଳ ୬.୧୪ରେ ମଣିପୁରର ଉଖ୍‌ରୁଲ୍‌ରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୦ ବୋଲି ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି।

କିନ୍ତୁ, ଏହି ଭୂମିକମ୍ପରେ କେହି ମୃତାହତ ହୋଇଥିବା କିଂବା କୌଣସି ଘରଦ୍ବାରା ଭାଙ୍ଗିଥିବା ଅଥବା ଫାଟି ଯାଇଥିବାର ଖବର ହସ୍ତଗତ ହୋଇ ନାହିଁ।

Image Courtesy of India Today

‌ସେହିପରି, ଶୁକ୍ରବାର ରାତିରେ ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ପ୍ରାନ୍ତରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ରାତି ୯.୩୧ରେ ଅନୁଭୂତ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଶାମ୍‌ଲିରେ ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି।

ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ସୃଷ୍ଟି ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ରିପୋର୍ଟ ମିଳିନାହିଁ।

ସମ୍ବନ୍ଧିତ ଖବର