ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଦେଶର କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂମିକମ୍ପ ସଂଧ୍ୟା ୮ଟା ୧୨ ମିନିଟ ସମୟରେ ହୋଇଥିଲା । ମଣିପୁରର ମଇନାଗଠାରୁ ୧୫ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏହି ଭୂମିକମ୍ପର ପ୍ରଭାବ ଗୁଆହାଟୀ ଓ ଆସାମର ଆଉ କେତେକ ସ୍ଥାନର ମଧ୍ୟ ଅନୁଭୂତ ହୋଇଥିଲା । ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଭୂମିକମ୍ପ ଦ୍ବାରା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।
ପୂର୍ବବର୍ତ୍ତୀ ଖବର
କରୋନା ପ୍ରଭାବ ଓ ସୀମା ବିବାଦକୁ ଦେଖି ଭାରତରୁ ନିଜ ନାଗରିକମାନଙ୍କୁ ଫେରାଇ ନେବ ଚୀନ, ଜାରି କଲା ବିଜ୍ଞପ୍ତି
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର