ଉତ୍ତରଭାରତରେ ଭୂକମ୍ପ

ତାଜିକିସ୍ତାନରେ ଭୂକମ୍ପର କେନ୍ଦ୍ର, ତୀବ୍ରତା ୬.୩

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ, ପଂଜାବ ଓ ହରିୟାଣା ସମେତ ସମଗ୍ର ଉତ୍ତର ଭାରତରେ ଆଜି ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ଭାରତରେ ୬.୧ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ର ତାଜିକସ୍ତାନରେ ରହିଥିଲା। ତାଜିକସ୍ତାନ ଏବଂ ଆଫଗାନିସ୍ତାର ଫୈଜାବାଦରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ରାତି ୧୦ଟା ୩୧ରେ ୭୪ କିମି ଗଭୀରତାରେ ଭୂକମ୍ପ ଆସିଥିଲା। ଭାରତରେ ପ୍ରଥମ ଝଟ୍‌କା ରାତି ୧୦ଟା ୩୩ରେ ଅନୁଭୂତ ହୋଇଥିଲା। ଦିଲ୍ଲୀ ଏନ୍‌ସିଆରରେ ବିଭିନ୍ନ ସ୍ଥାନରେ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା। ଭୂକମ୍ପର ସର୍ବାଧିକ ପ୍ରଭାବ ଜଳନ୍ଧର, ଲୁଧିୟାନା ଏବଂ ଅମୃତସରରେ ଦେଖିବାକୁ ମିଳିଥିଲା। ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଏହି କମ୍ପନ ଆତଙ୍କ ସୃଷ୍ଟି କରିଥିଲା। ଲୋକେ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଛାଡ଼ି ବାହାରକୁ ଦୌଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସମଗ୍ର ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପ ପ୍ରଭାବିତ ୪ ରାଷ୍ଟ୍ରରେ କେହି ମୃତାହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର