ଭୂମିକମ୍ପ ଯୋଗୁଁ ପାକ-ଅଧିକୃତ କଶ୍ମୀର ଛାରଖାର, ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା

ଇସ୍ଲାମାବାଦ : ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆଜି ଆସିଥିବା ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି ଯେ ଏହି ଭୂମିକମ୍ପ ଯୋଗୁଁ ୧୯ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ କେତେକ ବେସରକାରୀ ସୁତ୍ରରୁ ଜଣାପଡିଛି ଯେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୩୮ ଟପିଗଲାଣି ଓ ଆହତ ସଂଖ୍ୟା ୭୦୦ ଟପିଯାଇଛି ।


ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୫.୮ଥିଲା ବୋଲି ୟୁଏସ ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି । ଏହାର କେନ୍ଦ୍ର ପାକିସ୍ତାନ ଅଧିକୃତ କଶ୍ମୀରର ମୀରପୁରଠାରୁ ୧ କିମି ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ଏହି ଭୂମିକମ୍ପ ଯୋଗୁଁ ପାକିସ୍ତାନ ଅଧିକୃତ କଶ୍ମୀର, ପାକିସ୍ତାନର ପଞ୍ଜାବ, ଖ୍ଵାଇବର ପଖତୁନଖ୍ଵାବା ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆହତ ମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଭୂମିକମ୍ପର ଆଫ୍ଟରସକ୍‌ ଆସିପାରେ ବୋଲି ପାକିସ୍ତାନର ବିପର୍ଯ୍ୟୟ ମୁକାବିଲା ବିଭାଗ ଚେତାବନୀ ଜାରି କରିଛି ।

ସମ୍ବନ୍ଧିତ ଖବର