ପାକିସ୍ତାନ: ପଡ଼ୋଶୀ ଦେଶ ପାକିସ୍ତାନରେ ଭୂକମ୍ପର ଝଟକା ପୁଣିଥରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭାରତ ଆକ୍ରମଣ ଭୟରେ ଭୟଭୀତ ଥିବା ପରିସ୍ଥିତିରେ ଭୂକମ୍ପର ଝଟକାରେ ପାକିସ୍ତାନବାସୀ ଥରହର ହୋଇଯାଇଛନ୍ତି। ଭୟରେ ଲୋକମାନେ ଘର ଛାଡି ଜୀବନବିକଳରେ ଖାଲି ସ୍ଥାନକୁ ଦୌଡ଼ି ଯାଇଥିଲେ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା।
କିଛିଦିନ ତଳେ ଅର୍ଥାତ ୨୦୨୫ ଏପ୍ରିଲ ୩୦ ତାରିଖରେ ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେକର୍ଡ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/05/Gairas9IzXKC7Z5l1q9K.jpg)