କୋକୋପୋ: ପପୁଆ ନିଉଗିନିଆରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ, ଆଜି ଅପରାହ୍ନ ୪ଟାବେଳେ ପପୁଆ ନିଉଗିନିର ରାଜଧାନୀ କୋକୋପୋର ଦକ୍ଷିଣକୁ ୭୫ ମାଇଲ ଦୂରରେ ଏବଂ ୧୯ ମାଇଲ ଗଭୀରତାରେ ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି। ସମୁଦ୍ର କୂଳରେ ଭୂମିକମ୍ପ ହୋଇଥିବା ସତ୍ତ୍ବେ କୌଣସି ସୁନାମିର ସୂଚନା ନାହିଁ ବୋଲି ଆମେରିକା କହିଛି। ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ରିପୋର୍ଟ ମଧ୍ୟ ନାହିଁ।
ପପୁଆ ନିଉଗିନିରେ ୬.୨ ତୀବ୍ରତାର ଭୂମିକମ୍ପ
/sambad/media/post_attachments/wp-content/uploads/2020/02/9508832-3x2-700x467.jpg)