ଫିଲିପାଇନ୍ସରେ ସିରିଜ ଭୂମିକମ୍ପ, ୯ ମୃତ

ମାନିଲା: ଫିଲିପାଇନ୍ସ ଆଜି ସିରିଜ ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ୯ ଜଣ ବ୍ୟକ୍ତି ପ୍ରାଣହରାଇଥିବାବେଳେ ଅନେକ ଘରଦ୍ୱାରା ଭାଙ୍ଗିଯାଇଥିବା ଖବର ହସ୍ତଗତ ହୋଇଛି । ଆଜି ସ୍ଥାନୀୟ ସମୟ ୪ଟା ୧୪ ମିନିଟ (ଭାରତୀୟ ସମୟ ପ୍ରାୟ ୭ଟା) ବେଳେ ଉତ୍ତର ଫିଲିପାଇନ୍ସର ବାତାନେସ ରାଜ୍ୟରେ ପ୍ରଥମ ଭୂମିକମ୍ପ ହୋଇଥିଲା । ଏହାର ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ସ୍ଥାନୀୟ ସମୟ ସକାଳ ୭ଟା ୩୦ ମିନିଟରେ ୨ୟ ଭୂମିକମ୍ପ ହୋଇଥିଲା ।

ପ୍ରଥମ ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୫.୪ ଓ ୫.୯ ଥିଲା । ଏହି ଭୂମିକମ୍ପ ଫଳରେ ଅନେକ କ୍ଷୟକ୍ଷତି ହୋଇଥିଲା । ତେବେ ସହାୟତାକାରୀ ଦଳ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ସହାୟତା କାର୍ଯ୍ୟ ଆରମ୍ଭ କରିବା ପରେ ୩ୟ ଭୂମିକମ୍ପ ଦିନ ପ୍ରାୟ ସାଢେ ୯ଟା ବେଳେ ହୋଇଥିଲା । ଏହାର ତୀବ୍ରତା ରିଚର ସ୍କେଲରେ ୫.୭ ଥିବା ରେକର୍ଡ କରାଯାଇଛି ।

ସମ୍ବନ୍ଧିତ ଖବର