୫.୯ ତୀବ୍ରତାର ଭୂକମ୍ପରେ ଥରିଲା ଫିଲିପିନ୍ସର ଦକ୍ଷିଣ ଉପକୂଳ

ମାନିଲା: ଶୁକ୍ରବାର ସନ୍ଧ୍ୟାରେ ୫.୯ ତୀବ୍ରତାର ଏକ ଭୂକମ୍ପରେ ଫିଲିପିନ୍ସର ସମଗ୍ର ଦକ୍ଷିଣ ଉପକୂଳ ଥରି ଉଠିଛି। ସ୍ଥାନୀୟ ସମୟ ୭ଟା ୫୫ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ମାନିଲାର ପୂର୍ବରେ ଥିବା ମିନ୍‌ଡାନାଓ ଦ୍ୱୀପ ଠାରୁ ୨୫ ମାଇଲ ଦୂରରେ ଥିଲା ବୋଲି ଜଣାପଡ଼ିଛି। ଏହି ଭୂମିକମ୍ପ ପ୍ରଭାବରେ ଧନଜୀବନ ହାନୀ ଘଟିଥିବା ଆଶଙ୍କା କରା ଯାଉଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭୂମିକମ୍ପ ଜନିତ କ୍ଷୟକ୍ଷତି ସଂପର୍କରେ କୌଣସି ପ୍ରକାରର ସବିଶେଷ ସୂଚନା ହସ୍ତଗତ ହୋଇପାରି ନାହିଁ। ସେହିପରି ଏହି ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମୀ ସୂଚନା ଜାରି କରା ଯାଇ ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର