ସିକ୍କିମରେ ୫.୪ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ରାତି ପ୍ରାୟ ୮ଟା ୪୯ ମିନିଟ ସମୟରେ ସିକ୍କିମରେ ୫.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଭାରତ-ଭୁଟାନ ସୀମାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଭୂମିକମ୍ପର ପ୍ରଭାବ ଆସାମ,ଉତ୍ତର-ପଶ୍ଚିମବଙ୍ଗ ଓ ବିହାରରେ ଅନୁଭୂତ ହୋଇଥିବା ଜଣାପଡ଼ିଛି ।  ଏହି ଭୂମିକମ୍ପ ଫଳରେ ସିକ୍କିମ ଓ ପଶ୍ଚିମବଙ୍ଗ ଦାର୍ଜିଲିଂ ଅଞ୍ଚଳରେ କେତେକ ଘର ଭାଙ୍ଗିଯାଇଥିବା ଖବର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ଷୟକ୍ଷତିର ସମୀକ୍ଷା କରିବା ସହ ପ୍ରଭାବିତ ରାଜ୍ୟ ସିକ୍କିମ, ବିହାର, ଆସାମ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ।

ସମ୍ବନ୍ଧିତ ଖବର