ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ ଜାରି

ସିଡ୍‌ନି : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆଜି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତିବ୍ରତା ୭.୭ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ର ଲୟାଲ୍‌ଟି ଦ୍ବୀପପୁଂଜରୁ ୬ ମାଇଲ୍‌ ଦକ୍ଷିଣ ପୂର୍ବରେ ରହିଥିଲା। ଏହି ଶକ୍ତିଶାଳୀ ଭୂକମ୍ପ ପରେ ନ୍ୟୁଜିଲାଣ୍ଡ୍‌, ବାନୁଆତୁ , ଫିଜି ଏବଂ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ପାଇଁ ସୁନାମୀ ଚେତାବନୀ ଜାରି ହୋଇଛି। ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ସୁନାମୀ ଚେତାବନୀ ଜାରି କରି କହିଛି ଯେ ଲର୍ଡ ହୋଭ୍‌ ଦ୍ବୀପ ପାଇଁ ସର୍ବାଧିକ ବିପଦ ରହିଛି। ଏହା ଅଷ୍ଟ୍ରେଲିଆ ମେନ୍‌ଲ୍ୟାଣ୍ଡ୍‌ରୁ ୫୫୦ କିମି ଦୂର ପୂର୍ବରେ ଅବସ୍ଥିତ। ଆମେରିକା ସୁନାମୀ ସତର୍କତା କେନ୍ଦ୍ର ପକ୍ଷରୁ ବାନୁଆତୁ ଏବଂ ଫିଜ ପାଇଁ ୦.୩ରୁ ୧ ମିଟର ସୁନାମୀ ଚେତାବନୀ ଜାରି ହୋଇଛି।

ସମ୍ବନ୍ଧିତ ଖବର