ଜାକର୍ତ୍ତା : ଇଣ୍ଡୋନେସିଆର ସୁଲାୱେସି ଦ୍ବୀପରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏଥିରେ ଅତିକମ୍ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଭୂମିକମ୍ପରେ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ହଜାର ହଜାର ବ୍ୟକ୍ତି ଘର ଛାଡ଼ି ନିରାପଦ ସ୍ଥାନକୁ ବାହାରି ଆସିଥିଲେ। ପ୍ରଥମେ ଏକ ଛୋଟ ମାତ୍ରାର ଭୂମିକମ୍ପର କିଛି ଘଣ୍ଟା ପରେ ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଥିଲା। ମାମୁଜୁଠାରେ ଏକ ୫ ମହଲା ବିଶିଷ୍ଟ ଡାକ୍ତରଖାନା ଆଂଶିକ ଭୂଶୁଡ଼ି ପଡ଼ିବା ଦ୍ବାରା ୮ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ହସ୍ପିଟାଲ ପରିସରରୁ ୬୦ ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମାଜିନି ସହରରୁ ୬ କିମି ଦୂର ଉତ୍ତର ପୂର୍ବରେ ୧୦ କିମି ଗଭୀରରେ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ରହିଥିଲା। ଭୂମିକମ୍ପ ପରେ କୌଣସି ସୁନାମି ସତର୍କତା ଜାରି ହୋଇ ନଥିଲେ ମଧ୍ୟ ହଜାର ହଜାର ଲୋକ ସେମାନଙ୍କ ଘରଛାଡ଼ି ନିରାପଦ ସ୍ଥାନକୁ ପଳାଇଥିବା ଦେଖିବାକୁ ମିଳିଛି।
ଇଣ୍ଡୋନେସିଆରେ ଭୂମିକମ୍ପ, ୩୫ ମୃତ
/sambad/media/post_attachments/wp-content/uploads/2021/01/Earthquake-kills-35-in-Indonesia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)