ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ । ଏହି ଭୂକମ୍ପର ଝଟକା ଆଜି ସକାଳେ ଅନୁଭୂତ ହୋଇଛି । ଏନ୍ସିଏସ୍ର ସୂଚନାଅନୁସାରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି। ତେବେ ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ ଭୋର୍ ୩ ଟା ୫୮ ମିନିଟ୍ ଅନୁଭୂତ ହୋଇଥିବା ସୂଚନା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା ସାମ୍ନାକୁ ଆସିନାହିଁ।
ଭୂକମ୍ପର ଝଟକା ନେପାଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଅନୁଭୂତ ହୋଇଛି। ଏଠାରେ ଭୋର୍ ୪ଟାରେ ଅନୁଭୂତ ହେବା ସହ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି। ପାଖାପାଖି ୧୫ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟଭୀତ ହୋଇ ଥଣ୍ଡାରେ ଘରୁ ବାହରକୁ ପଳାଇ ଆସିଥିଲେ।
ମନେରଖନ୍ତୁ, ଭୂକମ୍ପର ଝଟକା ଅନୁଭୂତ ହେବା କ୍ଷଣି ଘରେ ଥିବା ମଜଭୁତ ଟେବୁଲ ତଳେ ବସି ରହିବେ ଏବଂ ମୁଣ୍ଡ ଉପରେ ହାତ ରଖି ବସିବେ। ଯେଉଁମାନେ ଅଧିକ ଉଚ୍ଚା ବିଲ୍ଡିଙ୍ଗରେ ରହୁଛନ୍ତି ସେମାନେ ଭୂକମ୍ପର ଝଟକା ଅନୁଭୂତ ହେବା ପର୍ଯ୍ୟନ୍ତ ସେହି ଘର ଭିତରେ ରହିଥାଆନ୍ତୁ ଏବଂ ଝଟକା ରହିବା ପରେ ବିଲ୍ଡିଙ୍ଗରୁ ବାହାରି ତଳକୁ ପଳାଇ ଆସନ୍ତୁ । ପାରୁଛନ୍ତି ଯଦି ବିଲ୍ଡିଙ୍ଗର କିଛି ଦୂରରେ ଠିଆ ହୁଅନ୍ତୁ । ତେବେ ବିଲ୍ଡିଙ୍ଗରୁ ଆସିବାଳେଳେ ସିଡ଼ିରେ ହିଁ ଆସନ୍ତୁ ।