ଭୂକମ୍ପରେ ଥରିଲା ଉତ୍ତର ଭାରତ: ଭାରତ ସମେତ ୯ଟି ଦେଶ ବି ଥରିଲା

କେନ୍ଦ୍ରସ୍ଥଳ ଆଫଗାନିସ୍ତାନ, ତୀବ୍ରତା ୬.୬

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଆଜି ରାତି ୧୦ଟା ୧୭ ମିନିଟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ଦୁଇ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳର ଲୋକମାନେ ଅନୁଭବ କରିଥିଲେ। ଲକ୍ଷ ଲକ୍ଷ ଲୋକ ଭୟରେ ଘରୁ ଖୋଲାସ୍ଥାନକୁ ପଳାଇ ଆସିଥିଲେ। ଏହାର ତୀବ୍ରତା ୬.୬ ରହିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଥିଲା। ଭୂମିକମ୍ପର ଝଟ୍‌କା ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱାର ଆଦି ଅଞ୍ଚଳରେ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଧ୍ୟ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଚମୋଲି, ଗଙ୍ଗାଘାଟି, ଯମୁନାଘାଟି, ମସୌରି, ପଞ୍ଜାବର ମୋଗା, ଭାଟିଣ୍ଡା, ମାନସା, ପଠାନକୋଟ, ଉତ୍ତରପ୍ରଦେଶର ମୋରଦାବାଦ, ସାହରନପୁର ଆଦି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ।

ଆଫଗାନିସ୍ତାନରେ ଭୂକଂପର କେନ୍ଦ୍ରସ୍ଥଳୀ ଥିବା ବେଳେ ଭାରତ ସମେତ ପାକିସ୍ତାନ, ଚୀନ, ତୁର୍କମେନିସ୍ତାନ, କାଜିକିସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ, କିିର୍ଗିସ୍ତାନ ଭଳି ୯ଟି ଦେଶରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି।

ସମ୍ବନ୍ଧିତ ଖବର