ତୁର୍କୀ ଭୂକମ୍ପ : ମୃତ୍ୟୁସଂଖ୍ୟା ୨୩୫୦ ଟପିଲା

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୩୫୦ ଟପିଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସୋମବାର ଭୋରରୁ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିବାବେଳେ ତାହାର କିଛି ଘଣ୍ଟା ପରେ ଆସିଥିବା ଆଉ ଦୁଇଟି ଭୂମିକମ୍ପର ତୀବ୍ରତା ୭.୬ ଓ ୬ ଥିଲା । ଭୂମିକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ତାହାର କମ୍ପନ ଗ୍ରୀନଲାଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

ଉଭୟ ତୁର୍କୀ ଓ ସିରିଆରେ ଏସବୁ ମୃତ୍ୟୁ ହୋଇଛି । ତେବେ ଏବେ ବି ଅନେକ ଲୋକ ଧ୍ବଂସସ୍ତୁପ ତଳେ ଫସି ରହିଥିବାରୁ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି । ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ । ଫଳରେ ମୃତ୍ୟୁସଂଖ୍ୟା ଏତେ ଅଧିକ ହୋଇଛି ।

ତୁର୍କୀ ଓ ସିରିଆରେ ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଚାଲିଥିବାବେଳେ ଏହି ଭୂମିକମ୍ପ ଲୋକଙ୍କ ଦୂର୍ଦ୍ଦଶାକୁ ବଢାଇଦେଇଛି । ରାସ୍ତାଘାଟରେ ବରଫ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି । ସହାୟତା ପାଇଁ ଭାରତ ପକ୍ଷରୁ ଏନଡିଆରଏଫ ଟିମକୁ ପଠାଯିବ

 

ସମ୍ବନ୍ଧିତ ଖବର