ଦିଲ୍ଲୀରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି | କରୋନାକୁ ନେଇ ଦିଲ୍ଲୀ ଭୟଭୀତ ଥିବା ବେଳେ ହଠାତ ଏଭଳି ଭୂମିକମ୍ପ ହେବା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି | ଭୂକମ୍ପ ଦିନ ୨ଟା ସମୟରେ ଅନୁଭୂତ ହୋଇଥିବା ବେଳେ ଭୂମିକମ୍ପର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି | ତେବେ ତୀବ୍ରତା କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ନେଇ ଖବର ମିଳିଛି | ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ସୀମା ନିକଟରେ ଥିଲା ବୋଲି ଜଣା ପଡିଛି।

ସୂଚନା ମୁତାବକ, ଏହା ପୂର୍ବରୁ ଏପ୍ରିଲ ୧୨ ଏବଂ ୧୩ରେ ଲଗାତାର ଦୁଇଥର ଦିଲ୍ଲୀ ଏବଂ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଥିଲା | ତେବେ ତୀବ୍ରତା କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ସହ କେହି ମୃତାହତ ହୋଇନଥିଲେ |

ସମ୍ବନ୍ଧିତ ଖବର