ପୂର୍ବତଟ ରେଳ: ୫୨୬୪ ପଦବି ଖାଲି

ନୂଆଦିଲ୍ଲୀ : ପୂର୍ବତଟ ରେଳ ଓଡ଼ିଶା ସହ ଅଙ୍ଗାଙ୍ଗୀ ଜଡ଼ିତ। ଏହି ରେଳପଥ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିବା ବେଳେ ଏଥିରେ ପ୍ରବେଶ (ଏଣ୍ଟ୍ରି) ସ୍ତରୀୟ ୫ ହଜାର ୨୬୪ ପଦବି ଖାଲିପଡ଼ିଛି। ଆଜି ଲୋକସଭାରେ ବିଜେଡି ସାଂସଦ ମହେଶ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପଦ ଖାଲି ଓ ପୂରଣ ଏକ ନିୟମିତ ପ୍ରକ୍ରିୟା। ରେଲୱେର ଗ୍ରୁପ-ସି ଓ ଗ୍ରୁପ୍‌-ଡି ପଦବିଗୁଡ଼ିକ ରେଳ ନିଯୁକ୍ତି ପରିଷଦ ଓ ଆଞ୍ଚଳିକ ରେଲୱେର ନିଯୁକ୍ତି ସେଲ୍‌ ଦ୍ବାରା ପୂରଣ କରାଯାଇଥାଏ ବୋଲି ଏହି ଅବସରରେ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର