‘କୋଭିଡ୍‌-୧୯’ ସଂକ୍ରମଣ: ଯାତ୍ରୀସଂଖ୍ୟା ହ୍ରାସ ପାଇବାରୁ ପୂର୍ବତଟ ରେଳବାଇର ୧୦ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଯାତ୍ରୀସଂଖ୍ୟା ହ୍ରାସ ପାଇଥିବା କାରଣରୁ ବିଭିନ୍ନ ସ୍ଥାନରୁ ଆସୁଥିବା ପୂର୍ବତଟ ରେଳବାଇର ୦୫ ଯୋଡ଼ା (ସମୁଦାୟ ୧୦ଟି) ଟ୍ରେନ୍‌ ବାତିଲ କରାଯାଇଛି। ନିୟମିତ ଭାବେ ଯାତ୍ରୀମାନଙ୍କର ଟିକେଟ୍‌ ବୁକିଙ୍ଗ୍‌ର ପରିମାଣ ସମୀକ୍ଷା କରାଯାଉଛି। ଯାତ୍ରୀସଂଖ୍ୟାକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଳବାଇ କହିଛି।

ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି:

ମାର୍ଚ ୨୩, ୨୫ ଏବଂ ୩୦ରେ ପୁରୀରୁ ଛାଡ଼ିବାକୁ ଥିବା ୧୨୮୮୨ ପୁରୀ-ହାଓଡ଼ା ଦ୍ୱି-ସାପ୍ତାହିକ ଗରିବ ରଥ।
ମାର୍ଚ ୨୪, ୨୬ ଏବଂ ୩୧ରେ ହାଓଡ଼ାରୁ ଛାଡ଼ିବାକୁ ଥିବା ୧୨୮୮୧ ହାଓଡ଼ା-ପୁରୀ ଦ୍ୱି-ସାପ୍ତାହିକ ଗରିବ ରଥ ଏକ୍ସ୍‍ପ୍ରେସ୍‌।
ମାର୍ଚ ୨୦ ଏବଂ ୩୧ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୧୨୮୩୨ ଭୁବନେଶ୍ୱର-ଧାନବାଦ ତ୍ରି-ସାପ୍ତାହିକ ଗରିବ ରଥ ଏକ୍ସ୍‌ପ୍ରେସ୍‌।
ମାର୍ଚ ୩୦ ଏବଂ ଏପ୍ରିଲ୍‌ ୧ରେ ଧାନବାଦରୁ ଛାଡ଼ିବାକୁ ଥିବା ୧୨୮୩୧ ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସ୍‍ପ୍ରେସ୍‌।
ମାର୍ଚ ୨୫ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୧୨୨୮୧ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସ୍‍ପ୍ରେସ୍‌।
ମାର୍ଚ ୨୬ରେ ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ୧୨୨୮୨ ନୂଆଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ୍‌।

Image Source: The Economic Times

ମାର୍ଚ ୨୬ରୁ ମାର୍ଚ ୩୧ ଯାଏଁ ପୁରୀରୁ ଛାଡ଼ିବାକୁ ଥିବା ୧୨୨୭୮ ପୁରୀ-ହାଓ୍ଵଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌।
ମାର୍ଚ ୨୦ ରୁ ମାର୍ଚ ୩୧ ଯାଏଁ ହାଓ୍ଵଡ଼ାରୁ ଛାଡ଼ିବାକୁ ଥିବା ୧୨୨୭୭ ହାଓ୍ଵଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌।
ମାର୍ଚ ୨୦ରୁ ମାର୍ଚ ୨୯ ଯାଏଁ ତିରୁପତିରୁ ଛାଡ଼ିବାକୁ ଥିବା ତିରୁପତି-ବିଶାଖାପଟନମ୍‌ ଏକ୍ସପ୍ରେସ୍‌।
ମାର୍ଚ ୨୧ରୁ ମାର୍ଚ ୩୦ ଯାଏଁ ବିଶାଖାପଟନମ୍‌ରୁ ଛାଡ଼ିବାକୁ ଥିବା ବିଶାଖାପଟନମ୍‌-ତିରୁପତି ଏକ୍ସପ୍ରେସ୍‌।

ଆବଶ୍ୟକ ପଡ଼ିଲେ ଅଧିକ ଟ୍ରେନ୍‌ ମଧ୍ୟ ବାତିଲ କରାଯିବ। କରୋନାଭାଇରସ୍‌ ବ୍ୟାପୁଥିବାରୁ ଅନାବଶ୍ୟକ ଯାତ୍ରା ନ କରିବାକୁ ପୂର୍ବତଟ ରେଳବାଇ ଯାତ୍ରୀମାନଙ୍କୁ ନିବେଦନ କରିଛି।

ସମ୍ବନ୍ଧିତ ଖବର