ପୂର୍ବତଟ ରେଳପଥକୁ ଚୋଟ : ବାଜପେୟୀ ଦେଇଥିଲେ, ମୋଦୀ ନେଲେ

ଵାଲଟିୟର ଡିଭିଜନ ଭାଙ୍ଗିଦେଲେ କେନ୍ଦ୍ର ସରକାର, ଗୋଟିଏ ଭାଗ ନୂତନ ଦକ୍ଷିଣ ତଟ ଜୋନରେ ସାମିଲ, ବଳକାକୁ ନେଇ ରାୟଗଡ଼ାରେ ନୂଆ ଡିଭିଜନ

ନୂଆଦିଲ୍ଲୀ/ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ତାହା ଶେଷରେ ବାସ୍ତବ ରୂପ ନେବାକୁ ଯାଉଛି। ଶେଷରେ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ଖୁସି କରିବା ଲାଗି ଓଡ଼ିଶା ତଣ୍ଟିରେ କଣ୍ଟା ଭଳି ଲାଗିଛନ୍ତି। ପୂର୍ବତଟ ରେଳପଥ ବିଭାଜନ ନିଷ୍ପତ୍ତି ହୋଇଛି। ଏହି ଜୋନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି ଦିଆଯିବ। କେବଳ ସେତିକି ନୁେହଁ, ଦକ୍ଷିଣ ତଟ ନାମରେ ଏକ ନୂଆ ଜୋନ ଗଠନ ନିଷ୍ପତ୍ତି ହୋଇଛି। ଏହି ଜୋନ ଅଧୀନରେ ଗୁଣ୍ଟାକାଲ, ଗୁଣ୍ଟୁର, ବିଜୟଵାଡା ଡିଭିଜନ ରହିବ। ଏହାର ମୁଖ୍ୟାଳୟ ବିଶାଖାପାଟଣାରେ ରହିବ।

ନିଷ୍ପତ୍ତି ଅନୁସାରେ, ପୂର୍ବତଟ ଡିଭିଜନକୁ ଦୁଇଭାଗ କରାଯିବ। ଗୋଟିଏ ଭାଗ ପଡୋଶୀ ବିଜୟଵାଡା ଡିଭିଜନରେ ମିଶିବ ଓ ଦକ୍ଷିଣ ତଟ ଜୋନ ଅଧୀନରେ ରହିବ। ଅନ୍ୟ ଭାଗକୁ ନେଇ ନୂଆ ଡିଭିଜନ ଗଠନ ହେବ। ରାୟଗଡାରେ ଏହା ମୁଖ୍ୟାଳୟ ରହିବ ଓ ଏହା ପୂର୍ବଭଳି ପୂର୍ବତଟ େଜାନ ଅଧୀନରେ ପୂର୍ବଭଳି ରହିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଡିଭିଜନ ଅଧୀନରେ ଜଗଦଲପୁର, େକାରାପୁଟ, ସୁନାବେଡା, ଦାମନଯୋଡି ଓ ସିଂହାପୁର ରହିବ। େସହିଭଳି ହାଇଦ୍ରାବାଦ, ସିକନ୍ଦରାବାଦ ଓ ନାନ୍ଦେଡକୁ ଦକ୍ଷିଣ େକନ୍ଦ୍ରୀୟ େରଳପଥ ଜୋନରେ ରଖାଯାଇଛି।

କେନ୍ଦ୍ରର ଏହି ନିଷ୍ପତ୍ତିରେ ଓଡ଼ିଶାକୁ କିନ୍ତୁ ଶକ୍ତ ଧକ୍‌କା ଲାଗିଛି। ଏ େକ୍ଷତ୍ରରେ ଓଡ଼ିଶାର ତିନିଟି ଦାବି ମଧ୍ୟରୁ ମାତ୍ର ଗୋଟିଏ ଦାବିକୁ କେନ୍ଦ୍ର ସରକାର ମାନିଛନ୍ତି ଓ ଅନ୍ୟ ଦୁଇଟି ବହୁ ଦିନର ଦାବି ପ୍ରତି ଆଖିବୁଜି ଦିଆଯାଇଛି।

ରାଜ୍ୟ ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ ଯେ ଯଦି ଵାଲଟିୟର ଡିଭିଜନ୍‌କୁ ପୁନର୍ଗଠନ ପ୍ରକ୍ରିୟାରେ ପୂର୍ବତଟ ରେଳପଥରୁ କାଢି ନିଆଯିବ, ତେବେ ଓଡ଼ିଶାରେ ତିନିଟି ନୂଆ ଡିଭିଜନ୍‌ ଖୋଲାଯାଉ। ରାଉରକେଲା ଅଥବା ଝାରସୁଗୁଡା, ଯାଜପୁର-କେନ୍ଦୁଝର ବା ଭଦ୍ରକ ଓ ରାୟଗଡାରେ ତିନିଟି ନୂଆ ଡିଭିଜନ ଖୋଲି ପୂର୍ବତଟକୁ ଅଧିକ ସଶକ୍ତିକରଣ କରାଗଲେ ଓଡ଼ିଶାରେ ଏଥିରେ ଆପତ୍ତି କରିବ ନାହିଁ। ଏ େନଇ େଖାଦ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ।

ଏଥିରେ ଜରାଇକେଲା-ରାଉରକେଲା-ଝାରସୁଗୁଡା-ବେଲପାହାଡ, ରାଉରକେଲା-ବନ୍ଧମୁଣ୍ତା-ବରସୁଆଁ, ରାଉରକେଲା-ନୂଆଗାଁ ସେକ୍ସନକୁ ମିଶାଇ ରାଉରକେଲା ବା ଝାରସୁଗୁଡା ଡିଭିଜନ୍‌ ଗଠନ କଥା କୁହାଯାଇଥିଲା।

ସେହିପରି ଜଳେଶ୍ବର-ବାଲେଶ୍ବର-ଭଦ୍ରକ-ଯଖପୁରା, ଯଖପୁରା-ବା˚ଶପାଣି-ପଦପାହାର-ଗୁଆ-ବଡବିଲ, ରୁପ୍ସା-ବାଙ୍ଗିରିପୋଷିଙ୍କୁ ନେଇ ଯାଜପୁର-କେନ୍ଦୁଝର ନୂଆ ଡିଭିଜନ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ନୂଆପଡା-ଗୁଣୁପୁର (ପ୍ରସ୍ତାବିତ ଥେରୁବାଲି-ରାୟଗଡାକୁ ମିଶାଇ), ରାୟଗଡା-ଟିଟିଲାଗଡ-ଖରିଆର ରୋଡ, କୋରାପୁଟ-ଜୟପୁର-ଜଗଦଳପୁର, ଲାଞ୍ଜିଗଡ-ଜୁନାଗଡ ଓ ପ୍ରସ୍ତାବିତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ନୂଆ ରେଳପଥକୁ ମିଶାଇ ରାୟଗଡା ଡିଭିଜନ୍‌ କରିବାଲାଗି ଓଡ଼ିଶା ପ୍ରସ୍ତାବ ରଖିଥିଲା। େଶଷଦାବିକୁ େକବଳ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

ଉେଲ୍ଲଖଥାଉକି, ଯେ କୌଣସି ମୁହୂର୍ତରେ ପୂର୍ବତଟ ରେଳପଥ ବିଭାଜନ ହେବ। ଏଭଳି ଏକ ଅପ୍ରିୟ ନିଷ୍ପତ୍ତି େକନ୍ଦ୍ର ସରକାର ଲଦିବା ସଂପର୍କରେ ୨୦୧୫ େମ’ ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ଏହି ଖବର େନଇ ହଇଚଇ ସୃଷ୍ଟି େହାଇଥିଲା। ଏଥିେର ସୂଚାଇ ଦିଆଯାଇଥିଲା େଯ ବିଶାଖାପାଟଣା ଡିଭିଜନ୍‌କୁ ପୂର୍ବତଟ ରେଳପଥରୁ ବାଦ୍‌ ଦେଇ ନୂଆ ଵାଲଟିୟର ଡିଭିଜନ୍‌ ଗଠନ ଲାଗି େକନ୍ଦ୍ର ସରକାର େଜାରସୋରରେ ଉଦ୍ୟମ କରୁଛନ୍ତି।

ସେତେବେଳେ ଏକଥା ବି ଜଣାପଡିଥିଲା େଯ ପୂର୍ବତଟ ରେଳପଥରୁ ବିଶାଖାପାଟଣା ବା ଵାଲଟିୟର ଡିଭିଜନ ବାଦ୍‌ ଦେବା ପ୍ରସଙ୍ଗରେ ମତ ରଖିବା ଲାଗି େରଳବାଇ େବାର୍ଡ କର୍ତୃପକ୍ଷ ଓଡ଼ିଶାର ସା˚ସଦଙ୍କୁ ଚିଠି ଲେଖି ଜବାବ ମାଗିଥିଲେ। ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜାଣିବା ଲାଗି ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖାଯାଇଥିଲା।

ରାଜ୍ୟ ସରକାର ରେଳବାଇ ବୋର୍ଡକୁ ଚିଠି ଲେଖି ଜଣାଇଥିଲେ େଯ ଯଦି ପୂର୍ବତଟ ରେଳପଥ ବିଭାଜନ ହୁଏ ଓ ଵାଲଟିୟର ଡିଭିଜନ୍‌କୁ କାଢି ନିଆଯାଏ, ତେବେ ଓଡ଼ିଶାର ପୂର୍ବ ଦାବି ଅନୁସାରେ ତିନିଟା ନୂଆ ଡିଭିଜନ୍‌ ଦେବାକୁ ପଡିବ। ଓଡ଼ିଶାର ସା˚ସଦମାନେ ମଧ୍ୟ ରେଳବାଇ ବୋର୍ଡର ଚିଠିର ଉତ୍ତର ଅନୁରୂପ ଢଙ୍ଗରେ ଲେଖିଥିଲେ। ହେଲେ ଏହା କେବଳ ଔପଚାରିକତାରେ ରହିଗଲା।

େଯଉଁ ଅଂଶକୁ କାଢି ନିଆଗଲା, ଏହା ଦ୍ବାରା ପୂର୍ବତଟ େରଳପଥର ରାଜସ୍ବ କମିବ। କାରଣ ଭାଇଜାକ୍ ବନ୍ଦରକୁ େହଉଥିବା ପରିବହନ ରାଜସ୍ବ ଆଉ ପୂର୍ବତଟ େରଳପଥକୁ ମିଳିବ ନାହିଁ। ଫଳରେ ଏଣୁ ଏଣିକି ଓଡ଼ିଶା ପ୍ରତି େକନ୍ଦ୍ରୀୟ େରଳବାଇ ବଜେଟ୍ ଅନୁଦାନ କମିବା ଆଶଙ୍କାକୁ ଏଡାଇ ଦେଇ େହବନାହିଁ।

ଏହି ନିଷ୍ପତ୍ତି ଭିତରେ କେବଳ ଏତିକି ଆଶ୍ବାସନାର ବିଷୟ େହଲା, ଏହି ନୂଆ ଡିଭିଜନ ଦ୍ବାରା ରାୟଗଡା ଓ େକାରାପୁଟର ଉନ୍ନତିକରଣ େହବ। ଏଥିସହିତ ନୂଆ ଡିଭିଜନ େହଲେ ରାୟଗଡା-େଗାପାଳପୁର େରଳଲାଇନ୍, ଗୁଣୁପୁର-େଥରୁବାଲି ନୂଆ ଲାଇନ୍, େକାରାପୁଟ-ରାୟଗଡା େଦାହରୀକରଣ ପ୍ରକ୍ରିୟା ତ୍ବରାନ୍ବିତ େହାଇପାରିବ।

୨୦୦୩ ମସିହାରେ ଅର୍ଥାତ୍ ଅଟଳ ବିହାରି ବାଜପେୟୀଙ୍କ ସରକାର (ଏନଡିଏ)ରେ ଵାଲଟିୟର ଡିଭିଜନ୍‌ ପୂର୍ବତଟ ରେଳପଥ ଅଧୀନକୁ ଆସିଥିଲା। କୋରାପୁଟ, ରାୟଗଡା ସମେତ ଓଡ଼ିଶାର ପ୍ରାୟ ୩୦ରୁ ଅଧିକ ରେଳଷ୍ଟେସନ୍‌ ଏହି ଡିଭିଜନ୍‌ ଅଧୀନରେ ରହିଛି। ବହୁ ଶିଳ୍ପାଞ୍ଚଳ ମଧ୍ୟ ଏହି ଡିଭିଜନ୍‌ ଅଧୀନରେ ରହିଛି। ଏବେ ସେହି ବିେଜପି େନତୃତ୍ବାଧୀନ ଏନଡିଏ-୨ ସରକାରରେ ଓଡ଼ିଶାର ପୂର୍ବତଟ େରଳପଥର ପକ୍ଷ େଛଦନ େହାଇଛି।

ବିଶାଖାପାଟଣା ଡିଭିଜନ୍‌ ଅଧୀନରେ ପ୍ରାୟ ୧୧୦୬ କିଲୋମିଟର ରେଳଲାଇନ୍‌ ରହିଛି। ଯେଉଁଥିରୁ କି ୩୭% ଅର୍ଥାତ୍‌ ୪୧୦ କିଲୋମିଟର ରେଳଲାଇନ୍‌ ରାୟଗଡା ଓ କୋରାପୁଟ ଦେଇ ଯାଇଛି। ଏଣୁ ଏହି ଡିଭିଜନ୍‌ ପୂର୍ବତଟରୁ ଗଲେ, ଓଡ଼ିଶା ପାଇଁ କେବଳ କ୍ଷତି ହିଁ କ୍ଷତି।

ଉେଲ୍ଲଖଯୋଗ୍ୟ, ଆନ୍ଧ୍ର ପୁନର୍ଗଠନ ପରବର୍ତୀ ପରିସ୍ଥିତିରେ ରେଳବାଇ କର୍ତୃପକ୍ଷ ଅଫିସରମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିଥିଲେ। ଯିଏକି ରେଳବାଇ ସ˚ପର୍କରେ ଅନୁଧୢାନ କରି ପଦକ୍ଷେପ ନେବେ। ଏଥିରେ ବିଶାଖାପାଟଣା ଡିଭିଜନ୍‌କୁ ପୂର୍ବତଟ ରେଳପଥରୁ କାଢି ନେଇ ସୀମାନ୍ଧ୍ରରେ ଏକ ନୂଆ ଡିଭିଜନ ପାଇଁ ପ୍ରସ୍ତାବ ରହିିଥିଲା।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଠାରୁ ଆରମ୍ଭ କରି ସ˚ପୃକ୍ତ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ସ˚ଗଠନ, ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଚାଲିଥିଲେ। ଯୁକ୍ତି କରିଥିଲେ ଯେ ପୂର୍ବତଟ ରେଳପଥ ଅଧୀନରେ ବିଶାଖାପାଟଣା ଡିଭିଜନ୍‌କୁ ନ୍ୟାୟ ମିଳୁନାହିଁ। ତାହାକୁ ଆଧାର କରି ପୂର୍ବତଟ ରେଳପଥକୁ ବିଭାଜନ କରାଯାଇଛି। ନୂଆ ପୂର୍ବତଟରେ େଖାର୍ଧା, ରାୟଗଡା ଓ ସମ୍ବଲପୁର ଏହିଭଳି ତିନିଟି ଡିଭିଜନ ରହିବ।

ସମ୍ବନ୍ଧିତ ଖବର