ପାଟନା: ମାଛ ଖାଇବାକୁ ଭଲ ପାଉଥିବା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିବା ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱପୁର୍ଣ୍ଣ ଖବର ବୋଲି କୁହାଯାଉଛି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ କିମ୍ବା ବିହାରରେ ରହି ମାଛ ଖାଇବା କିଛି ବିପଦଠାରୁ କମ୍ ନୁହେଁ। ବିହାରରେ ମାଛ ଖାଇଲେ ଲୋକମାନଙ୍କୁ କର୍କଟ ଭଳି ରୋଗର ଆଶଙ୍କା ରହିଛି ବୋଲି କୁହାଯାଉଛି। କାରଣ ବିହାରରୁ ଆସୁଥିବା ମାଛରେ ଫର୍ମଲିନ୍, କେଡମିୟମ୍ ଲେଡ୍ ଓ ଫାର୍ମଲ ଡିହାଇଡର ମାତ୍ର ମିଳିଥାଏ, ଯାହା ସ୍ୱାସ୍ଥ୍ୟ ଲାଗି ହାନିକାରକ ।
ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ଅଧିକ ମାତ୍ରାରେ ଫର୍ମଲିନ୍ ପ୍ରୟୋଗ କରାଯାଇଥାଏ। ଏହାର ସ୍ୟାମ୍ପଲକୁ ପରୀକ୍ଷା ପାଇଁ କୋଲକାତାକୁ ପଠାଯାଇଥିଲା। ଯେଉଁଠାରେ ୧୦ଟି ସ୍ୟାମ୍ପଲର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାର ଅର୍ଥ ସ୍ପଷ୍ଟ ହେଉଛି କି ବିହାରରେ ମାଛ ଖାଇବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ତେବେ ଏହି ରିପୋର୍ଟ ସାମ୍ନାକୁ ଆସିଲା ବେଳେ ବିହାରରେ ଏବେ ସରକାର ମାଛ ବିକ୍ରି ଉପରେ ପ୍ରତିବନ୍ଧକ ଲାଗାଇ ପାରନ୍ତି। ଫର୍ମଲିନ୍ ଥିବା ଜଣାପଡ଼ିବା ପରେ ଅଧିକ ମାଛ ଦୋକାନ ବନ୍ଦ ହୋଇଯାଇଛି।
ସୌଜନ୍ୟ: ଜିନ୍ୟୁଜ୍