ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ରେସ୍ତୋରାଁରେ ଖାଉଥିବା ଏବଂ ତେଜରାତି ସଉଦା କିଣିବାକୁ ଯାଉଥିବା ବ୍ୟକ୍ତିମାନେ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ଅଛି ବୋଲି ହାର୍ଭାର୍ଡ ଗବେଷକମାନଙ୍କ ରିପୋର୍ଟରୁ ଜଣାପଡ଼ିଛି।
‘ହାର୍ଭାଡ୍ ଟିଏଚ୍ ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ୍’ର ବୈଜ୍ଞାନିକମାନେ ଏ ସପ୍ତାହରେ ପ୍ରକାଶ କରିଥିବା ‘ଆଭିଏସନ୍ ପବ୍ଲିକ୍ ହେଲ୍ଥ୍ ଇନିସିଏଟିଭ୍’ ଶୀର୍ଷକ ଅଧ୍ୟୟନରେ ଦାବି କରିଛନ୍ତି ଯେ, ନିଷ୍ଠାର ସହ ପ୍ରତିରୋଧକ ସବୁ ପଦକ୍ଷେପ ପାଳନ ନିମନ୍ତେ କୁହାଗଲେ, ବିମାନଯାତ୍ରୀମାନଙ୍କ ମଧ୍ୟରେ କୋଭିଡ୍-୧୯ ସଂକ୍ରମଣ ହାର ଖୁବ୍ ହ୍ରାସ ପାଇବ। ଏହି ପ୍ରତିରୋଧକ ପଦକ୍ଷେପ ସବୁ ହେଉଛି, ବାରମ୍ବାର ସାବୁନ ଲଗାଇ ହାତ ଧୋଇବା, ସବୁବେଳେ ମାସ୍କ୍ ପିନ୍ଧିବା, ବିମାନ ଓ ବିମାନ ବନ୍ଦର ମଧ୍ୟକୁ ନିରନ୍ତର ବାୟୁ ଚଳାଚଳ ବ୍ୟବସ୍ଥା କରିବା ଏବଂ ବିମାନଗୁଡ଼ିକୁ ନିୟମିତ ଧୋଇ ସାନିଟାଇଜ୍ କରିବା।
Image Courtesy of National Geographicsଅଧ୍ୟୟନ ଆହୁରି ମଧ୍ୟ କହିଛି ଯେ, କରୋନାଭାଇରସ୍ ବିସ୍ତାର ନିୟନ୍ତ୍ରଣ କରିବାରେ ଶିକ୍ଷା ଓ ସଚେତନତା ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରେ। ଯାତ୍ରା ସମୟରେ ରୋଗ ସଂକ୍ରମଣ ଆଶଙ୍କା କମାଇବା ନିମନ୍ତେ କି ପଦକ୍ଷେପ ଗ୍ରହଣ କରିବାକୁ ହେବ, ତାହା ସର୍ବସାଧାରଣଙ୍କୁ ସୂଚାଇବାକୁ ଏୟାର୍ଲାଇନ୍ ଓ ବିମାନ ବନ୍ଦର ପ୍ରଚାର କରୁଛନ୍ତି। ବୁକିଙ୍ଗ୍ ସମୟରେ, ଚେକ୍-ଇନ୍ରେ, ବିମାନ ଚଢ଼ିବା ସମୟରେ ଏବଂ ବିମାନ ଭିତରେ ସେମାନେ ସବୁ ପ୍ରକାର ଜନସ୍ବାସ୍ଥ୍ୟ ସତର୍କ ସୂଚନା ଜାରି କରୁଛନ୍ତି। ସଂକ୍ରମଣ ଲକ୍ଷଣ ଦେଖା ଦେଉଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରି ପୃଥକ୍ କରିବା ନିମନ୍ତେ କ୍ୟାବିନ୍ କ୍ରୁ’ମାନେ ତାଲିମ ପାଇଛନ୍ତି।
ବିମାନ ଯାତ୍ରାକାଳୀନ ‘କରୋନାଭାଇରସ୍ ସଂକ୍ରମଣ’ ଏଡ଼ାଇବାକୁ ଏତେ ସବୁ ବ୍ୟବସ୍ଥା କରାଯାଉଥିବାରୁ ସେଥିରେ ସଂକ୍ରମଣ ଆଶଙ୍କା ଖୁବ୍ କମ୍। ବରଂ ତେଜରାତି ସଉଦା କିଣିବା କିଂବା ରେସ୍ତାରାଁରେ ଖାଇବା ଭଳି ଦୈନନ୍ଦିନ କାର୍ଯ୍ୟରେ ମହାମାରୀ ସଂକ୍ରମଣ ଆଶଙ୍କା ଅଧିକ ବୋଲି ଏହି ଅଧ୍ୟୟନ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/eo.jpg)