ମହିଳାଙ୍କ ବିରୋଧରେ ଫତ୍‌ଓ୍ଵା:କବରସ୍ଥାନରେ ବି ଜାଗା ମିଳିବନି

ବରେଲି: ଉତ୍ତର ପ୍ରଦେଶର ବରେଲିରେ ତିନି ତଲାକ୍‌ ଏବଂ ନିକାହ ହଲାଲା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ନିଦା ଖାନ୍‌ଙ୍କ ବିରୋଧରେ ଯେଉଁ ଫତ୍‌ଓ୍ଵା ଜାରି ହୋଇଛି, ତାହା ଏବେ ସର୍ବତ୍ର ଆଲୋଚ୍ୟର ବିଷୟ ହୋଇଛି। ୟୁପିର ଜଣେ ମୌଲବୀ ତିନି ତଲାକ୍‌ର ଶିକାର ହୋଇଥିବା ଏହି ମହିଳାଙ୍କ ବିରୋଧରେ ଫତ୍‌ଓ୍ଵା ଜାରି କରି କହିଛନ୍ତି, ଯଦି ନିଦା ଖାନ୍‌ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ଔଷଧ ଦିଆଯିବନି। ସେହିଭଳି ଯଦି ସେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ଅନ୍ତିମ ସଂସ୍କାରରେ କେହି ନମାଜ୍‌ ପଢ଼ିବେନି। ମୃତ୍ୟୁ ପରେ କବରରେ ମଧ୍ୟ ତାଙ୍କ ପାଇଁ ସ୍ଥାନ ନାହିଁ। ତାଙ୍କୁ କବର ଦିଆଯିବନି। ଯଦି ତାଙ୍କୁ କେହି ସମର୍ଥନର ହାତ ବଢ଼ାନ୍ତି ତେବେ ତାଙ୍କୁ ମଧ୍ୟ ଏହି ସମାନ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମୌଲବୀ ଶହର ଇମାମ୍‌ ମୁଫ୍‌ତି ଖୁର୍ସିଦ୍‌ ଆଲାମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର