ବିହାର ବିଧାନସଭା ନିର୍ବାଚନ: ୪ଟି ଆସନର ଫଳାଫଳ ଘୋଷଣା କଲେ ନିର୍ବାଚନ କମିଶନ; ବିଜେପି ୨, ଆରଜେଡି ୧ ଓ ଭିଆଇପି ୧

ନୂଆଦିଲ୍ଲୀ: ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୪ ଆସନର ଚୂଡ଼ାନ୍ତ ଫଳାଫଳକୁ ଆଜି ଅପରାହ୍ନ ସାଢ଼େ ଚାରିଟା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏହି ୪ଟି ଆସନ ମଧ୍ୟରୁ ବିଜେପି ସପକ୍ଷରେ ୨ଟି ଆସନ ଯାଇଥିବା ବେଳେ ଆରଜେଡି ଓ ଭିଆଇପି ସପକ୍ଷରେ ଗୋଟିଏ ଗୋଟିଏ ଆସନ ଯାଇଛି।
ଦରଭଙ୍ଗା ବିଧାନସଭା କ୍ଷେତ୍ରରେ ବିଜେପିର ସଞ୍ଜୟ ସାରୋଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡିର ଅମରନାଥ ଗାମିଙ୍କୁ ୧୦,୬୩୯ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି।

ହାୟାଗତ ବିଧାନସଭା କ୍ଷେତ୍ରରେ ବିଜେପିର ରାମଚନ୍ଦ୍ର ପ୍ରସାଦ ୧୦,୨୫୨ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡିର ଭୋଲା ଯାଦବଙ୍କୁ ପରାସ୍ତ କରିଛନ୍ତି।

ସାହେବପୁର କମଲ ବିଧାନସଭା କ୍ଷେତ୍ରରେ ଆରଜେଡିର ଶତାନନ୍ଦ ସମ୍ବୁଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡି-ୟୁର ଶଶିକାନ୍ତ କୁମାର ଶଶିଙ୍କୁ ୧୪,୨୨୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଆଲିନଗର ବିଧାନସଭା କ୍ଷେତ୍ରରେ ଭିଆଇପିର ମିଶ୍ରି ଲାଲ ଯାଦବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡିର ବିନୋଦ ମିଶ୍ରଙ୍କୁ ୩,୧୦୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର